ଖୁଣ୍ଟବନ୍ଧ ବସଷ୍ଟାଣ୍ଡରେ ନବରାତ୍ର ଦୁର୍ଗା ପୂଜା

ଜହ୍ନାପଙ୍କ : ବୌଦ୍ଧ ବ୍ଲକ ଖୁଂଟବନ୍ଧ ପଞ୍ଚାୟତ ସଦର ବସଷ୍ଟାଣ୍ଡ ଠାରେ ଖୁଂଟବନ୍ଧ ଗ୍ରାମବାସୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ୱାର୍ଥ ଯୁବ ପରିଷଦ ମିଳିତ ଆନୁକୂଲ୍ୟରେ ନବରାତ୍ର ଦୁର୍ଗା ପୂଜା ଓ ରାମାୟଣ ପାରାୟଣ ଆରମ୍ଭ ହୋଇଯାଇଛି । ପୂର୍ବାହ୍ନ ୧୧ ଟାରେ ଗାଁ ପୋଖରୀରେ ଗଙ୍ଗା ମାତାଙ୍କୁ ଆବାହନ କରି ପୁରୁଷ ଓ ମହିଳା କାଳସୀରେ ଜଳ ଧରି ଗ୍ରାମ ପରିକ୍ରମା କରି ପୁଜା ମଣ୍ଡପରେ ପହଂଚି କଳସ ସ୍ଥାପନ କରିଥିଲେ । ପରାୟଣରେ କର୍ତ୍ତାଭାବେ ମୃତ୍ୟୁଞ୍ଜୟ ମହାକୁଳ ଓ ତାଙ୍କର ଧର୍ମ ପତ୍ନୀ ସନ୍ତୋସିନୀ ମହାକୁଳ ଏବଂ ପୂଜକ ଭାବେ ନାରାୟଣ ରଥ ଦାୟିତ୍ୱ ତୁଲାଇଥିବା ବେଳେ,ବ୍ୟାସ ଭାବେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଳିର କୃତିବାସ ମିଶ୍ର ପାରାୟଣ ପାଠ କରୁଛନ୍ତି । ଦୁର୍ଗା ପୂଜା ମଣ୍ଡପରେ କର୍ତ୍ତାଭାବେ ସରୋଜ କଲତା ଓ ତାଙ୍କ ଧର୍ମପତ୍ନୀ ସ୍ୱୟଂପ୍ରଭା କଲତା ଏବଂ ପୁଜା କାର୍ଯ୍ୟ ଆଦିତ୍ୟ ପାଢ଼ୀ ତୁଲାଇଥିଲେ । ଏହି ନବରାତ୍ର ଦୁର୍ଗା ପୂଜା ଓ ରାମାୟଣ ପାରାୟଣ ୧୫ ତାରିଖରେ ଉଦଯାପିତ ହେବ ବୋଲି ଗ୍ରାମବାସୀ କହିଛନ୍ତି । ଖୁଂଟବନ୍ଧ ଗ୍ରାମବାସୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମସ୍ତ ସଭ୍ୟ ଏଥିରେ ସହଯୋଗ କରୁଛନ୍ତି ।

Comments (0)
Add Comment