ତୃତୀୟ ଶ୍ରାଦ୍ଧ ବାର୍ଷିକୀରେ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଦଶପଲ୍ଲା : ନୟାଗଡ଼ର ପୂର୍ବତନ ବିଧାୟକ ତଥା ସମାଜସେବୀ ସ୍ୱର୍ଗତ ବଂଶୀଧର ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ବଂଶୀଧର ସ୍ମୃତି କମିଟି ଇଟାମାଟି ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡ଼ଃ. ରଙ୍ଗନାଥ ବେହେରା ସଭାପତିତ୍ୱ କରିଥିଲେ । ଇଟାମାଟି ବଂଶୀଧର ମହାବିଦ୍ୟାଳୟ ପରିସର ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିସିସି ସେବାଦଳ ଅଧ୍ୟକ୍ଷ ଡ଼ଃ. ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ର, ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ପିସିସି ମିଡ଼ିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା ସମ୍ମାନିତ ଅତିଥି ଖୋର୍ଦ୍ଧା ପୂର୍ବତନ ବିଧାୟକ ଡ଼ଃ.ଦିଲ୍ଲୀପ ଶ୍ରୀଚନ୍ଦନ, ଖଣ୍ଡପଭାର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ପିସିସି ସମ୍ପାଦକ ହୋସନ ଖାଁ, ବଂଶୀଧର ମହାବିଦ୍ୟାଳୟ ସଭାପତି ଶରତ ଚନ୍ଦ୍ର ସାହୁ, ବଂଶୀଧର ମହାବିଦ୍ୟାଳୟ ଅଧ୍ୟକ୍ଷ ହର ପ୍ରସାଦ ରଣସିଂହ ଯୋଗ ଦେଇ ସ୍ୱର୍ଗତ ବଂଶୀଧର ସାହୁଙ୍କ ସ୍ମୃତି ଚାରଣ କରିଥିଲେ । ବଂଶୀଧର ସାହୁଙ୍କ କର୍ମମୟ ଜୀବନ ସହ ଜଡ଼ିତ ଥିବା ସାଠିଏ ଜଣରୁ ଉଦ୍ଧ୍ୱର୍ ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ସମାଜରେ ବିଭିନ୍ନ ବର୍ଗରେ ସୁନାମ ଅର୍ଜନ କରିଥିବା ଏଗାର ଜଣ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଛି । ଡାକ୍ତର ରାଜ କିଶୋର ବରାଡ଼ଙ୍କୁ ବଂଶୀଧର ସ୍ୱାସ୍ଥ୍ୟ ସେବା ସମ୍ମାନ, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କୁ ବଂଶୀଧର ପତ୍ରକାର ସମ୍ମାନ, ସକାଳ ଜିଲ୍ଲା ପ୍ରତିନିଧି ଅନୀଲ କୁମାର ପଣ୍ଡା ବଂଶୀଧର ପରିବେଶ ସମ୍ମାନ ପ୍ରଦାନ କରାଯାଇଛି । ହୋସନ ଖାଁ, ପ୍ରଜ୍ଞା ପ୍ରଣିତା, ବସନ୍ତ କୁମାର କର, ଜ୍ୟୋତିର୍ମୟୀ ପଣ୍ଡା, ଦାମୋଦର ସାହୁ, ଅନନ୍ୟା ଫାଉଣ୍ଡେସନ, ହେଲପିଙ୍ଗ ହାଣ୍ଡସ୍‌, ମହାବୀର କ୍ଳବଙ୍କୁ ସେବା ଏବଂ ଅନ୍ୟାନ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ବଂଶୀଧର ସ୍ମୃତି କମିଟି ସମ୍ପାଦକ ଉମେଶ ଚନ୍ଦ୍ର ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବ୍ୟଙ୍ଗକବି ତଥା ଅଭିନେତା ରବିନ୍ଦ୍ର ରାଉତ ସଭାକାର୍ଯ୍ୟ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment