ପାଟଣାଗଡ: ପାଟଣାଗଡ଼ ଉପଖଣ୍ଡ ବେଲପଡ଼ାକୁ ଏନ୍ଏସି କରିବା ଦାବିନେଇ କୋସଲ ରାଜ୍ୟ ସମନ୍ୱୟ ସମିତି ଏବଂ ବିଭିନ୍ନ ସାମାଜିକ ସଂଗଠନ ତଥା ବେଳପଡା, ମାଲିମୁଣ୍ଡା, କୁପୋଭଟା ଓ ପଦ୍ମପୁର ଗ୍ରାମର ପାଖାପାଖି କୋଡିଏ ହଜାର ଜନସାଧାରଣଙ୍କ ସାମୁହିକ ବିକାଶ ଦୃଷ୍ଟିରୁ ଆଜି କୋଶଲ ରାଜ୍ୟ ସଂମନ୍ୱୟ ସମିତି ତରଫରୁ ପ୍ରଥମ ପର୍ଯ୍ୟାୟରେ ଆଜି କୋଶଲ ରାଜ୍ୟ ସଂମନ୍ୱୟ ସମିତିର ବ୍ଲକ ସଭାପତି ଶ୍ରୀ ଜନାର୍ଦ୍ଦନ ସିଂଙ୍କ ନେତୃତ୍ୱରେ ବେଳପଡା ତହସିଲଦାର ଶ୍ରୀମତୀ ପ୍ରଶାନ୍ତି ପଧାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏନଏସି ମାନ୍ୟତା ପ୍ରଦାନ ଦାବୀରେ ଦାବିପତ୍ର ପ୍ରଦାନ କରାଯାଇଛି ।
ବଲାଙ୍ଗୀର ଜିଲ୍ଲାର ଅନୁନ୍ନତ ଅଞ୍ଚଳ, ପଛୁଆ ଅଞ୍ଚଳ, ଦାଦନ ପ୍ରବଣ ଅଞ୍ଚଳ,ଗରିବୀ ଅଞ୍ଚଳ ଶିକ୍ଷିତ ଯୁବକ ଯୁବତୀ ବେକାରୀ ଅଞ୍ଚଳ ବେଳପଡା ।ସେ ମଧ୍ୟରୁ ବେଳପଡାର ଉପରୋକ୍ତ ଏହି ଚାରି ଖଣ୍ଡ ଗାଁରେ ପାଖାପାଖି କୋଡିଏ ହଜାର ଜନସାଧାରଣ ବସବାସ କରୁଛନ୍ତି । ବର୍ତ୍ତମାନ ବେଳପଡା କୁ ଏକ ମିନି ସହର କହିଲେ ଅତ୍ୟୁକ୍ତି ହେବନାହିଁ । ବେଳପଡା ରେ ୈନନ୍ଦିନ ହଜାର ହଜାର ଲୋକ ଦୁକାନ, ବଜାର, ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ,ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟରେ ନିର୍ଭର କରିଥାନ୍ତି । ବେଳପଡା ଏକ ଏନ୍ଏସି ହେବା ପାଇଁ ସବୁ ପ୍ରକାର ଭିତ୍ତିଭୂମି ଅଛି । ଏଣୁ ବେଳପଡା ର କୋଡିଏ ହଜାର ଜନସାଧାରଣଙ୍କ ସାମୂହିକ ବିକାଶ ଦୃଷ୍ଟିରୁ ଯଥାଶୀଘ୍ର ଏନ୍ଏସି ମାନ୍ୟତା ପ୍ରଦାନ କରାଯିବା ପାଇଁ ଜନସାଧାରଣରେ ଦାବୀ ହେଉଛି । ଆଜିର ଦାବିପତ୍ର ପ୍ରଦାନ ସମୟରେ ହରିଷ ବୁଡେକ, ମାଟୁ ବୁଡେକ, ରାଜପୁତ ବନମାଳୀ ନାଏକ, ସିପୁନ ଖମାରୀ, ଜିତୁ ନାଏକ ଶସି ମେହେର,ବିଷ୍ଠୁ ବୁଡେକ ନିରାକାର ବୁଡେକ, ସନ୍ଯସି ନାଏକ,ଇନ୍ଦ୍ର ବୁଡେକ, ପୁରୁତ୍ତମ ବାଗ, ପ୍ରମୁଖ ଉପସ୍ଥିତ ଥିଲେ ।