ମାନସ ଦାସଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ୱର : ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଉଠାଇ ନେଇଛି ଖୋର୍ଦ୍ଧା ପୁଲିସ  । ତାଙ୍କ ନାମରେ ବହୁ ଏତଲା ଦାଏର କରାଯାଇଥିଲା  । କଡ଼ବରେ ଜଣେ ବ୍ୟକ୍ତିକୁ ତାଲିବାନୀଙ୍କ ଭଳି ନିର୍ମମ ମାଡ଼ ଘଟଣାରେ ସେ ଚର୍ଚ୍ଚାକୁ ଆସିଥିଲେ  । ଏହାଛଡ଼ା ତାଙ୍କ ବିରୋଧରେ ବହୁ ସଙ୍ଗୀନ ଅଭିଯୋଗ ରହିଥିଲା ।  ହତ୍ୟା ଉଦ୍ୟମ ଓ ଧମକ ଦେବା ଭଳି ଅଭିଯୋଗ ଥିଲ ।

ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କ ପାଇଁ ଅଡ଼ୁଆ ଧୀରେ ଧୀରେ ବଢିବାରେ ଲାଗିଛି ।  ତାଙ୍କ ବିରୋଧରେ ଆଜି ଆଉ ଏତଲା ଦିଆଯାଇଥିଲା । ମାନସ ଓ ତାଙ୍କ ପୁଅ ମନୋରଞ୍ଜନଙ୍କ ନାମରେ ଏତଲା ଦିଆଯାଇଥିଲା ।  ଖୋର୍ଦ୍ଧା ସଦର ଥାନାରେ ଉଭୟ ବାପା ଓ ପୁଅ ନାମରେ ଏତଲା ଦିଆଯାଇଥିଲା ।  ମାନସଙ୍କ ଷ୍ଟେଜ ବଡି ଗାର୍ଡ କରୁଥିବା ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଏହି ଏତଲା ଦିଆଯାଇଥିଲା ।  ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଏତଲା ଦିଆଯାଇଥିଲା ।  ତାଙ୍କୁ ମିଳିଥିବା ଧମକ ସମ୍ପର୍କିତ ଅଡିଓର ପ୍ରମାଣ ଦେଇ ଏତଲା ଦେଇଥିଲେ ।  ୨୦୧୯ ଜୁନରେ ମାନସ ଓ ତାଙ୍କ ପୁଅ ଫୋନ ଯୋଗେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।

Comments (0)
Add Comment