ଭୁବନେଶ୍ୱର : ରାଜଧାନୀରେ ଯେମିତି ଅପରାଧ ଓ ନିଶା କାରବାର ବଢ଼ି ଚାଲିଛି ସେମିତି ଓୟୋ ହୋଟେଲ, ଗେଷ୍ଟ ହାଉସ୍, ଭଡ଼ା ଘର ମାନଙ୍କରେ ବେଧଡକ ଚାଲିଛି ସେକ୍ସ କାରବାର । ଦଲାଲ ମାନେ ବିଭିନ୍ନ ବସ୍ତି ମାନଙ୍କରୁ ଓ ବାହାରୁ ଯୁବତୀ ମାନଙ୍କୁ ରାତାରାତି ମୋଟା ଅଙ୍କର ଟଙ୍କା ରୋଜଗାର କରିବାର ପ୍ରଲୋଭନ ଦେଖାଇ ଓ ଚାକିରି ଦେବା ଆଳରେ ଭୁବନେଶ୍ୱରକୁ ଡାକି ଗ୍ରାହକଙ୍କୁ ଯୋଗାଉଛନ୍ତି । ରାତିରେ ଯୁବତୀ ପିଛା ୫ ହଜାର ଟଙ୍କାରୁ ଆରମ୍ଭ କରି ୧୦ ହଜାର ପର୍ଯ୍ୟନ୍ତ ଦଲାଲମାନେ ଗ୍ରାହକଙ୍କଠାରୁ ନେଇଥାନ୍ତି । ଏହି ର୍ୟାକେଟରେ ଓୟୋ ହୋଟେଲର ମାଲିକ, କର୍ମଚାରୀମାନେ ସମ୍ପୃକ୍ତ ରହି ହୋଟେଲକୁ ଆସୁଥିବା ଗ୍ରାହକଙ୍କ ସହ ଡ଼ିଲ କରି ଯୁବତୀ ଯୋଗାଇଥାନ୍ତି । ଏହି ଭଳି ଶନିବାର ସନ୍ଧ୍ୟାରେ ଖଣ୍ଡଗିରି, ଭରତପୁର ଅଞ୍ଚଳରେ ବସ୍ତିରୁ ଓ ବାହାରୁ ଯୁବତୀମାନଙ୍କୁଆଣି ଓୟୋ ହୋଟେଲରେ ସେକ୍ସ କାରବାର ଚାଲୁଥିବା ଖବର ଭରତପୁର ଥାନା ଅଧିକାରୀ ଜ୍ୟୋତିରଂଜନ ପତି ଜାଣିବାକୁ ପାଇଥିଲେ । ଖବର ପାଇବା ପରେ କେ୨- କଳିଙ୍ଗ ବିହାରରେ ଥିବା ଓୟୋ ହୋଟେଲରେ ଅଚାନକ ଟିମ ନେଇ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୮ଟି ରୁମରୁ ୮ ଜଣ ବଙ୍ଗିୟ ଯୁବତୀ, ୨ ଜଣ ଦଲାଲଙ୍କୁ ଗିରଫ କରାଯିବା ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । ହେଲେ ଓୟୋ ହୋଟେର ମାଲିକ ଫେରାର ରହିଥିବା ଜଣାପଡିଛି । ଗିରଫ ୨ ଦଲାଲ ହେଲେ, ଗଞ୍ଜାମର ସନ୍ତୋଷ ପ୍ରଧାନ ଓ ପ୍ରମୋଦ କୁମାର ପୃଷ୍ଟି । ସୂଚନା ଥାଉକି, ଖଣ୍ଡଗିରି ଓ ଭରତପୁର ଅଞ୍ଚଳରେ ଥିବା ସମସ୍ତ ଓୟୋ ହୋଟେଲ, ଗେଷ୍ଟ ହାଉସ୍, ଭଡ଼ା ଘରେ ଚାଲୁଛି ସେକ୍ସ କାରବାର । ଏହି କାରବାର କରିବା ଦ୍ୱାରା ଯୁବତୀ ଠାରୁ ଆରମ୍ଭ କରି ଦଲାଲ, ହୋଟେଲ ମାଲିକ, ହୋଟେଲ କର୍ମଚାରୀମାନେ ମାଲେମାଲ ହେଉଛନ୍ତି । ଗ୍ରାହକମାନେ ରାତି ତମାମ ଯୁବତୀଙ୍କ ସହ ରାତି କଟାଇବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଛ କରିଥାନ୍ତି । ଏହା ପ୍ରତି ପୁଲିସର ନଜର ପଡ଼ୁନାହିଁ । ହେଲେ ସବୁଦିନ ଭଳି ଶନିବାର ଦିନ ଭରତପୁର ଥାନା ଅଧିନ କଳିଙ୍ଗ ବିହାର କେ୨ ଅଞ୍ଚଳରେ ରହିଥିବା ଏକ ଓୟୋ ହୋଟେଲରେ ଚାଲିଥିଲା ସେକ୍ସ ର୍ୟାକେଟ୍ । ଏହି ଖବର ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପତି ଯାଣିବାକୁ ପାଇଥିଲେ । ଖବର ପାଇବା ପରେ ଶ୍ରୀ ପତି ଟିମ ନେଇ ସନ୍ଧ୍ୟା ୭ଟା ସମୟରେ ହୋଟେଲରେ ଅଚାନକ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୮ଟି ରୁମ ଭିତରୁ ୮ ଜଣ ବଙ୍ଗୀୟ ଯୁବତୀ, ୨ ଜଣ ଦଲାଲଙ୍କୁ ଗିରଫ କରାଯାଇଛି ।