ଲଗାଣ ବର୍ଷାରେ ଉଜୁଡିଲା ଧାନ ଫସଲ

ପୁରୀ : ଲଗାଣ ବର୍ଷା ପ୍ରଭାବରେ ଅମଳ ହେବାକୁ ଥିବା ହକ୍ଟର ହେକ୍ଟର ପାଚିଲା ଧାନ ଫସଲ ନଷ୍ଟ ହୋଇଯାଇଛି । ଚାଷୀମାନେ ଏବେ ଚିନ୍ତାରେ । ପୁରୀ ଜିଲ୍ଲାର ଅସ୍ତରଙ୍ଗ, କାକଟପୁର, ଗୋପ ବ୍ଲକରେ ଲଗାଣ ବର୍ଷା ଯୋଗୁ ଧାନ ବିଲରେ ୩ ଫୁଟ ଉଚ୍ଚ ଜଳ ଜମି ରହିଛି । ହଜାର ହଜାର ହେକ୍ଟର ଧାନ ଜମିରେ ବର୍ଷା ଜଳ ଜମି ରହିଛି ।

ସେପଟେ ଜୱଦ ବାତ୍ୟା ଯୋଗୁଁ କୋଣାର୍କରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ସୂର୍ଯ୍ୟ ମନ୍ଦିରରେ ଆଣ୍ଠୁଏ ଉଚ୍ଚର ବର୍ଷା ଜଳ ଲହଡି ମାରୁଚି । ଫଳରେ ପର୍ଯ୍ୟଟକ ମାନେ ସୂର୍ଯ୍ୟ ମନ୍ଦିର ଭିତରେ ବୁଲିବା ସମ୍ଭବ ହୋଇ ନ ଥିଲା । ଏଏସ୍‌ଆଇ ପକ୍ଷରୁ ମୋଟର ପମ୍ପ ଯୋଗେ ଜଳ ନିଷ୍କାସନ କରାଯାଉଛି । କୋଣାର୍କ ଏନ୍‌ଏସିର ୧,୬,୭,୮,୧୧,୧୩ ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ଫେଲ ମାରିଛି । ଖାଲୁଆ ଅଂଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି ।

Comments (0)
Add Comment