ସାର ବ୍ୟବସାୟୀ ଓ ଜିଲ୍ଲା କୃଷି ବିଭାଗର ମଧୁଚନ୍ଦ୍ରିକାରେ ଚାଷୀ ହନ୍ତସନ୍ତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା କୃଷି କାର୍ଯ୍ୟାଳୟରେ ଚାଷୀ ସାରର କଳା ବଜାରୀ ନେଇ ଅଭିଯୋଗ କଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ବସିଛନ୍ତି । ସାରର କଳା ବଜାରୀ ବଜାରରେ ଚାଲିଥିବା ବେଳେ ଓ ସାରର କୃତ୍ରିମ ଅଭାବ ଦେଖା ଦେଇଥିଲେ ମଧ୍ୟ କୃଷି ବିଭାଗ ସବୁଜାଣି ଶୁଣି ନ ଜାଣିଲା ଭଳି ଚୁପ ବସିଛି ।ଏହାର ଉଚ୍ଚ ସ୍ତରୀୟ ତଦନ୍ତ କଲେ କୃଷି ବିଭାଗ ଓ ସାର ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାର ସତ୍ୟତା ପ୍ରକାଶ ପାଇବ ବୋଲି ଚାଷୀକୁଳ ଆଶା ବ୍ୟକ୍ତ କରିଛନ୍ତି । ପ୍ରକାଶ ଥାଉକି ଜିଲ୍ଲା ପରିଷଦ ବୈଠକରେ ସାରର କଳା ବଜାରୀ ଉପରେ ଗୃହରେ ଉଦବେଗ ପ୍ରକାଶ କରି ଗୃହକୁ ଜଣାଇଥିଲେ । ବିଭାଗୀୟ ଅଧିକାରୀ ଏକ ଟିମ ଗଠନ କରି କଳା ବଜାରୀ କରୁଥିବା ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରାଯାଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଗୃହକୁ ଜଣାଇଥିଲେ । କିନ୍ତୁ ଆଜିକୁ ୧୦ ଦିନରୁ ଉର୍ଦ୍ଧ୍ୱ ହେଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ନିଦା ବିଷ୍ଣୁ ପାଲଟିଛନ୍ତି ।

Comments (0)
Add Comment