ଅଧାପନ୍ତରିଆ କାର୍ଯ୍ୟ ଯୋଗୁଁ ନଗର ମଧ୍ୟସ୍ଥ ମୁଖ୍ୟମାର୍ଗରେ ଯୋଗାଯୋଗ ବିଚ୍ଛିନ୍ନ

ସମ୍ବଲପୁର :ସ୍ଥାନୀୟ ମୁଦିପଡା ନିକଟସ୍ଥ ଧୋବିଯୋର ଉପରେ ନିର୍ମାଣାଧୀନ ପୋଲର ମୁଖ୍ୟ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହେଲାପରେ ଗତ ତିନିମାସରୁ ଊର୍ଦ୍ଧ୍ୱ ସମୟଧରି ଏହା ଅଧାପନ୍ତରିଆ ହୋଇ ପଡି ରହିଛି । ଏହାଫଳରେ ସମ୍ବଲପୁରର ପୁରାତନ ଅଞ୍ଚଳ ସହିତ ଯୋଗାଯୋଗ ମାର୍ଗ ବିଚ୍ଛିନ୍ନ ହୋଇରହିଛି । ଜନସାଧାରଣଙ୍କୁ ହସ୍ପିଟାଲ ଓ ରେଳଷ୍ଟେସନ ଆଦି ଯିବାଆସିବା ପାଇଁ ଦୂର ବାଟଦେଇ ଯିବାକୁ ପଡୁଛି ।

ପ୍ରାପ୍ତ ସୂଚନା ଅନୁସାରେ ବାସ୍ତବରେ ଏହି କାର୍ଯ୍ୟ ଗତ ଜୁନ ମାସରେ ସମ୍ପୂର୍ଣ୍ଣ ହୋଇ ଉଦଘାଟନ ହେବା ପୂର୍ବରୁ ସ୍ଥିର ହୋଇଥିଲା କିନ୍ତୁ ଗତ ମେ ମାସରେ ଏହାର ଠିକାଦାରଙ୍କ ହଠାତ୍‌ ମୃତ୍ୟୁ ହୋଇଯିବା ପରେ ଏହା ଆଉ ଆଗେଇ ଯାଇପାରି ନାହିଁ । ଏହି ପୋଲର କଂକ୍ରିଟ ଢଲେଇ କାମ ତ ସମ୍ପୂର୍ଣ୍ଣ ହୋଇଯାଇଛି ଓ ବର୍ତ୍ତମାନ ଉଭୟ ପାଖ ମାଟି ଭର୍ତ୍ତି ହୋଇ ସଡ଼କ ସଜାଗ କାମ ଗତ ତିନିମାସ ହେଲା ବାକି ରହିଛି । ସ୍ଥାନୀୟ ଜନସାଧାରଣଙ୍କ ଗମନାଗମନ ସୁବିଧାକୁ ଆଖି ଆଗରେ ରଖି ଏହି ସଡକ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ।

Comments (0)
Add Comment