ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଦାରିଙ୍ଗବାଡି ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଦାରିଙ୍ଗବାଡ଼ି : ହାତୀକୁ ଉଦ୍ଧାର ସମୟରେ ଏକ ଅଭାବନୀୟ ପରିସ୍ଥିତର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଦାରିଙ୍ଗବାଡି ବ୍ଳକ ସାମ୍ବାଦିକ ସଂଘ (ପ୍ରେସ କ୍ଲବ) ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଦାରିଙ୍ଗବାଡି ପ୍ରେସକ୍ଳବ ପକ୍ଷରୁ ଏକ ଶୋକସଭାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦାରିଙ୍ଗବାଡି ପ୍ରେସକ୍ଲବର ସଦସ୍ୟଙ୍କ ସହିତ ବ୍ଲକର ବରିଷ୍ଠ ନାଗରିକଙ୍କ ସମେତ ଶିକ୍ଷକ ଏବଂ ବୁଦ୍ଧିଜୀବୀ ମାନେ ସାମିଲ ହୋଇଥିଲେ । ପ୍ରଥମେ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ନିମନ୍ତେ ୨ମିନିଟ ର ନିରବ ପ୍ରାର୍ଥନା କରାଯାଇଥିଲା । ଶୋକ ସଭାରେ ଅରିନ୍ଦମ ଦାସ କନ୍ଧମାଳ ଦଙ୍ଗା ସମୟରେ ଦାରିଙ୍ଗବାଡିରେ ରହିଥିବା ସମୟରେ ଲୋକଙ୍କ ସହିତ କିଭଳି ସୁସମ୍ପର୍କ ରଖିଥିଲେ ଏବଂ ୨୦୧୨ମସିହା ରେ ଦାରିଙ୍ଗବାଡିରେ ୨ଇଟାଲୀୟ ପର୍ଯ୍ୟଟକ କ୍ଲାଉଡ଼ିଓ ବେଞ୍ଜାମିନ ଓ ବସୁସ୍କ ପାଉଲଙ୍କୁ ମାଓବାଦୀ ମାନେ ଅପହରଣ ସମୟରେ ଦାରିଙ୍ଗବାଡିରେ ୨୦ଦିନରୁ ଉର୍ଦ୍ଧ୍ୱ ଦିନ ରହି ଖବର ପରିବେଷଣ କରି ସେ ସମୟର ଚର୍ଚ୍ଚିତ ଚେହେରା ପାଲଟି ଥିଲେ । ସେହି ସମୟର ସ୍ମୃତିକୁ ମନେ ପକାଇଥିଲେ ବରିଷ୍ଠ ନାଗରିକ ମାନେ । ଦାରିଙ୍ଗବାଡ଼ି ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ସାମ୍ବାଦିକ ସଂଘ ତରଫରୁ ଅନୁଷ୍ଠିତ ଶୋକସଭାରେ ସାମ୍ବାଦିକ ସଦସ୍ୟ ଅରୁଣ ସାହୁ, ଅଜିତ ନାୟକ,ପ୍ରିୟବ୍ରତ ସାହୁ,ରାକେଶ କୁମାର ସାହୁ ଅଶ୍ୱିନ ମନ୍ତ୍ରୀ ପ୍ରମୁଖ ଯୋଗଦେଇ ଦେଶ ଜଣେ ନିର୍ଭିକ, ସାହାସୀ ଏବଂ କର୍ମନିଷ୍ଠ ସାମ୍ବାଦିକଙ୍କୁ ହରାଇଲା ଏଣୁ ଏଭଳି ଦୁର୍ଦ୍ଦିନରେ ଭଗବାନ ଅରବିନ୍ଦଙ୍କ ପରିବାରକୁ ସାହାସ, ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ସଦସ୍ୟମାନେ ମତବ୍ୟକ୍ତ କରିଥିବା ବେଳେ ଶୋକସଭାରେ ବରିଷ୍ଠ ନାଗରିକ ଓ ବରିଷ୍ଠ ନାଗରିକ ମାନେ ଅରିନ୍ଦମଙ୍କ ଶୋକସନ୍ତପ୍ତ ପରିବାରକୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ବୋଲି କହିଥିଲେ । ବରିଷ୍ଠ ନାଗରିକ ପତିତପାବନ ରାଉତ ଶୋକ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଅରିନ୍ଦମ ପ୍ରଥମେ କାର୍ଯ୍ୟକ୍ରମରେ ସମାଜସେବୀ ଦୀନବନ୍ଧୁ ମହାରଣା, ସନ୍ତୋଷ ସାହୁ,କାଳୀପ୍ରସାଦ ମଲ୍ଲିକ,ଯାମିନୀକାନ୍ତ ପଡ୍ରା,ବିଧୁଭୁଷଣ ନାୟକ, ପ୍ରଭାକର ସାହୁ, ତିଆଡ଼ି ନାୟକ, ରମାକାନ୍ତ ସିଂ ,ସନ୍ତୋଷ ଦିଗାଲ ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments (0)
Add Comment