ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବୈଠକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଏନଜିଓସିସି ସମ୍ମିଳନୀ କକ୍ଷରେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କର ଏକ ସାଧାରଣ ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ କର୍ମଚାରୀମାନଙ୍କର ସଭାପତି ଭାବେ ଚିନ୍ମୟ କୁମାର ପାଢୀଙ୍କୁ ମନୋନୀତ କରାଯାଇଛି ସଭାପତିଙ୍କ ସମେତ ସଂଘର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ମନୋନୀତ କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଶେଷକରି ଚୁକ୍ତି ଭିତ୍ତିକ କର୍ମଚାରୀମାନଙ୍କୁ ଏମଏସସିପି ସାମିଲ କରିବା ପାଇଁ ପ୍ରଥମ ଛଅ ବର୍ଷକୁ ମାନ୍ୟତା ପ୍ରଦାନ କରିବା, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ସମାନ କାମକୁ ସମାନ ଦରମା, ରାଜ୍ୟ ସରକାର ପ୍ରଣୀତ ୨୦୧୩ ଚୁକ୍ତି ଭିତ୍ତିକ ନିୟମ ଉଚ୍ଛେଦ ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଜିଲ୍ଲା ପ୍ରଶାସନ ପାଖରୁ ଆରମ୍ଭ କରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ଏହି ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଦାବି ଉପସ୍ଥାପନ କରିବା ସହିତ ତୁରନ୍ତ ଦାବୀ ପୂରଣ ଦିଗରେ ସଂଘ କାର୍ଯ୍ୟକର୍ତ୍ତାଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲାର ସ୍ୱରୁପ ରଂଜନ ପୂଜାରୀ, ମଣ୍ଟୁ ମହାଣା, ଗୋପାଳ ଚନ୍ଦ୍ର କର,ଶ୍ରୀକାନ୍ତ ମିଶ୍ର, ବିଶିକେଶନ କୁମ୍ଭାର ପ୍ରମୁଖ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିବା ସହିତ ଏକତ୍ରୀତ ହୋଇ ଦାବୀ ପୂରଣ ପାଇଁ ଆଗକୁ ଆସିବା ପାଇଁ ଅନୁରୋଧ କରିଥିଲେ ।

Comments (0)
Add Comment