ଭୁବନେଶ୍ୱର: ରାଜ୍ୟରେ ୫୦ ଲକ୍ଷ ଲୋକ ୨ଟି ଡୋଜ ଟିକା ସମ୍ପୂର୍ଣ୍ଣ କରିଛନ୍ତି । ଗତ ଜାନୁଆରି ମାସରେ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ୮ ମାସରେ ଏହି ଲକ୍ଷ୍ୟ ପୂରଣ ହୋଇଛି ।
ରାଜ୍ୟରେ ସମୁଦାୟ ୨କୋଟି ୧୦ ଲକ୍ଷ ୬୨ ହଜାର ୫୧୭ ଡୋଜ ଟିକା ଦିଆଯାଇଥିବା ବେଳେ ଏଥିରେ ୧କୋଟି ୬୦ ଲକ୍ଷ ୪୮ ହଜାର ୪୪୧ଜଣ ନେଇଛନ୍ତି ପ୍ରଥମ ଡୋଜ ଟିକା । ରାଜ୍ୟରେ ସମୁଦାୟ ୩ ଦଶମିକ ୧କୋଟି ଲୋକଙ୍କୁ କରୋନା ଟିକା ଦିଆଯିବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ରାଜ୍ୟରେ ଦୈନିକ ଟିକାକରଣ ଏବେ ପ୍ରାୟ ୨ଲକ୍ଷ ତଳେ ରହିଛି । ରାଜ୍ୟ ସରକାର ଦୈନିକ ସାଢ଼େ ୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଥିଲେ ହେଁ ଟିକାର ଅଭାବ ଯୋଗୁଁ ଏହି ଲକ୍ଷ୍ୟ ପୂରଣ ହୋଇପାରୁନାହିଁ ।