ସାର ଯୋଗାଣରେ ଅବହେଳାକୁ ନେଇ କେନ୍ଦ୍ର ସରକାର ଉପରେ ଗର୍ଜିଲା ସୁବର୍ଣ୍ଣପୁର ବିଜୁ କୃଷକ ଜନତାଦଳ

ସୁବର୍ଣ୍ଣ ପୁର : କନ୍ଦ୍ର ସରକାରଙ୍କର ଓଡିଶା ପ୍ରତିଥିବା ବୈମାତୃକ ମନୋଭାବର ନିଦର୍ଶନ ସ୍ୱରୂପ କ୍ରମାଗତ ଭାବେ ପ୍ରତିକ୍ଷେତ୍ରରେ କେନ୍ଦ୍ର ଓଡିଶାକୁ ଅବହେଳିତ କରୁଥିବା ଅଭିଯୋଗ କରିଛି ବିଜୁ କୃଷକ ଜନତା ଦଳ । ବିଶେଷ କରି ବର୍ତ୍ତମାନ ଓଡିଶାର ଚାଷୀକୂଳକୁ ଅତ୍ୟନ୍ତ ଆବଶ୍ୟକ ଥିବା ୟୁରିଆ,ଡିଏପି,ଏମଓପି ସାର ଯୋଗାଣରେ କେନ୍ଦ୍ର ସରକାର କରୁଥିବା ଅବହେଳାକୁ ତିବ୍ର ବିରୋଧ କରି ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି ସୁବର୍ଣ୍ଣପୁର ବିଜୁ କୃଷକ ଜନତା ଦଳ । ଜିଲ୍ଲା ବିଜୁ ଜନତାଦଳ ସାଧାରଣ ସଂପାଦକ ମାନଭଞ୍ଜନ ମିଶ୍ରଙ୍କ ସଂଯୋଜନା କ୍ରମେ ଆରମ୍ଭ ହୋଇଥିବା ବିକ୍ଷୋଭ ସମାବେଶରେ ଜିଲ୍ଲା ସଭାପତି ସରୋଜ କମ୍ପ, ଉପସଭାପତି ରମେଶ ପୂଜାରୀ, ଯୁବ ବିଜେଡି ସଭାପତି ଅଶୋକ ନନ୍ଦ, କଇରୁ ସ୍ୱାଇଁ, ଅଭିମନ୍ୟୁ କୁଶଳ, ଜନ୍ମେଜୟ ପାତ୍ର,ଶାସ୍ୱତ ମିଶ୍ର, ରଞ୍ଜିତ ରଥ, ଝସକେତନ ବଘାର, ନାରାୟଣ ଲୁହା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଅବହେଳା ପାଇଁ ଆଜି ସମଗ୍ର ଓଡ଼ିଶାର ଚାଷୀ କୂଳ ସାର ପାଇଁ କେମିତି ଅସୁବିଧାରେ ପଡିଛନ୍ତି ସେ ସଂପର୍କରେ କେନ୍ଦ୍ର ସରକାର ଉପରେ ଢେର ଗର୍ଜିଥିଲେ ।

ଏପରି ଅବହେଳାକୁ ଆଉ ବରଦାସ୍ତ ନକରି ଆଗାମୀ ଦିନରେ ମଧ୍ୟ ଦାବି ହାସଲ ପର୍ଯ୍ୟନ୍ତ ଏପରି ବିକ୍ଷୋଭ ପ୍ରଦର୍ଶନ ଜାରିରହିବ ବୋଲି ପ୍ରକାଶ କରିଥିଲେ । ଏହି ବିକ୍ଷୋଭ ସମାବେଶରେ ଜିଲ୍ଲାର ଡୁଙ୍ଗରୀପାଲି, ବିନିକା,ତରଭା,ସୋନପୁର, ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର ଅନେକ କୃଷକ, ନିର୍ବାଚିତ ପ୍ରତିନିଧି, ବିଜେଡି ନେତା ଏହି ବିକ୍ଷୋଭ ସମାବେଶରେ ଯୋଗଦେଇ ଏପରିସ୍ଥଳେ ଓଡିଶାକୁ ପର୍ଯ୍ୟାପ୍ତ ପରିମାଣର ସାର ଚାଷୀମାନଙ୍କୁ ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Comments (0)
Add Comment