ପୁଣି ଦଶପଲ୍ଲା ମହାବୀରଙ୍କ ହୁଣ୍ଡିରୁ ଚୋରି

ଦଶପଲ୍ଲା : ଦଶପଲ୍ଲା ଗଡ଼ଜାତର ଆରାଧ୍ୟ ଦେବତା ମହାବୀରଙ୍କ ମନ୍ଦିର ପରିସରରେ ଥିବା ହୁଣ୍ଡିକୁ ଗତରାତିରେ କେହି ଭାଙ୍ଗିଦେବା ସହିତ ହୁଣ୍ଡିରେ ଥିବା ସମସ୍ତ ଦାନରାଶି ଚୋରି କରି ନେଇଯାଇଛନ୍ତି । ଗତ କିଛିଦିନ ତଳେ ମଧ୍ୟ ଶ୍ରୀ ମହାବୀରଙ୍କ ହୁଣ୍ଡି ଭାଙ୍ଗି ଅନୁରୁପ ଭାବରେ ଚୋରି ହୋଇଥିଲା । ମହାବୀରଙ୍କ ମନ୍ଦିରରୁ ବାରମ୍ବାର ଚୋରି ହେଉଥିବାରୁ ଶ୍ରଦ୍ଧାଳୁ ଓ ଭକ୍ତମାନେ ଗଭୀର ଭାବରେ ମର୍ମାହତ ହୋଇପଡିଛନ୍ତି । ଖବରପାଇ ଏନ୍‌ ଏ ସି ଅଧ୍ୟକ୍ଷା ପୁନମ୍‌ ପ୍ରୀୟଦର୍ଶିନୀ ମହାବୀର ମନ୍ଦିରରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ପରିଚାଳନା କମିଟି ଓ ଶ୍ରଦ୍ଧାଳୁଙ୍କ ସହିତ ଆଲୋଚନା କରାଯାଇ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ମତ ପ୍ରକାଶ କରିଥିଲେ ।

Comments (0)
Add Comment