ସମସ୍ୟା ଘେରରେ ଡେରା ସମ୍ପ୍ରଦାୟର ତନ୍ତୀ ପରିବାର

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ଡେରା ସମ୍ପ୍ରଦାୟର ପ୍ରାୟ ୩୦୦ ରୁ ଉଦ୍ଧ୍ୱର୍ ପରିବାର ବାସ କରନ୍ତି । ସେମାନେ ତାଙ୍କର ପୂର୍ବପୁରୁଷରୁ ସପରିବାର ନିଜ ଜୀବନ ଜୀବିକା ଭରଣ ପୋଷଣ କରନ୍ତି ଏବଂ ଅନ୍ୟକୁ ମଧ୍ୟ ସ୍ୱାବଲମ୍ବି କରନ୍ତି କିନ୍ତୁ ଦୀର୍ଘ ୨ବର୍ଷ ହେଲା କୋରନା ମହାମାରୀ ସେମାନଙ୍କ ଜୀବନଜୀବିକା ଛଡେଇ ନେଇଛି ଏଥିରେ ନିୟୋଜିତ ଥିବା ବହୁ ତନ୍ତୀ ପରିବାର ବି ନିଜ ପରିବାରକୁ ନେଇ ଏବଂ ନିଜେ ବଞ୍ଚିବା ପାଇଁ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲିଗଲେଣି । କିନ୍ତୁ ଗ୍ରାମରେ ଏହି କାମ କରୁଥିବା ତନ୍ତୀ ପରିବାର ବର୍ତ୍ତମାନର ରୋଜଗାର ପନ୍ଥକୁ ନେଇ ଦୁଃଖିତ ଅଛନ୍ତି । ପରିବାର ଚଲେଇବାକୁ ନେଇ ବହୁ କଷ୍ଟ ସାଧ୍ୟ ସହିବାକୁ ପଡୁଛି । ଯାହା କି ଆଜିକା ଦିନରେ ପରିସ୍ଥିତି ଯେଉଁ ପ୍ରକାର ହେଲାଣି ଉକ୍ତ କାର୍ଯ୍ୟରେ ମିଳୁଥିବା ଅର୍ଥକୁ ନେଇ ସେମାନେ ସନ୍ତୁଷ୍ଟ ନୁହଁନ୍ତି । ବର୍ତ୍ତମାନ ସରକାର ଷୋଷଣା କରିଥିବା ପ୍ୟାକେଜ୍‌ ମଧ୍ୟ ସେମାନଙ୍କ ପାଖରେ ପହଞ୍ଚି ପାରିନାହିଁ । ନିଜ ପରମ୍ପରାକୁ ବଜାଇ ରଖିବା ପାଇଁ ଏବଂ ଲୋକମାନଙ୍କର ଇଚ୍ଛା ପ୍ରକାଶ କରିଥିବା ହାତ ବୁଣା ଶାଢ଼ୀକୁ ପ୍ରସ୍ତୁତ କରିବା ପାଇଁ ସେମାନେ ସୂକ୍ଷ୍ମ ମଧ୍ୟ ହେଉ ନାହାଁନ୍ତି । ସରକାର ଯଦି ଏହି କରୋନାକୁ ନେଇ ଏମାନଙ୍କ ପାଇଁ କୌଣସି ପ୍ୟାକେଜ୍‌ ଘୋଷଣା କରିଥିଲେ ନିଜ ଜୀବନ ଜୀବିକାକୁ ପୁଣି ସେମାନେ ଆଗ ଭଳି ପରିବାର ଭରଣପୋଷଣ କରିପାରିଥାନ୍ତେ ।

Comments (0)
Add Comment