ଦାରିଙ୍ଗ ବାଡ଼ି ୬/୭: କନ୍ଧମାଳ ଜିଲ୍ଲାରେ ଚଳିତ ମାସ ଠାରୁ ଲାଗୁ ହୋଇଥିବା ସପ୍ତାହନ୍ତ ସଟଡାଉନ ର ପ୍ରଥମ ପର୍ଯ୍ୟାୟ ସଫଳ ହୋଇଛି l ତେବେ ଗ୍ରାମାଞ୍ଚଳ ଗୁଡ଼ିକରେ ଏହାର ପ୍ରଭାବ ଏତେ ମାତ୍ରାରେ ଦେଖିବାକୁ ମିଳିନଥିଲା l ଅନ୍ୟ ପକ୍ଷରେ ସଟଡାଉନ ପରେ ସୋମବାର ଦିନ ଦାରିଙ୍ଗ ବାଡ଼ି ବଜାରରେ ଲୋକେ ଓ ଦୋକାନୀ ସାମାଜିକ ଦୂରତ୍ୱ ନିୟମ ପାଳନ କରୁଥିବା ଦେଖିବାକୁ ମିଳିନଥିଲା l ଦାରିଙ୍ଗ ବାଡ଼ି ବଜାରରେ ଥିବା ବିଭିନ୍ନ ଦୋକାନ ସମେତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଏଟିଏମ ଆଦି ସ୍ଥାନରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିବା ବେଳେ ସାମାଜିକ ଦୂରତା କୁ ସମ୍ପୂର୍ଣ୍ଣ ଭାବେ ଉଲଂଘନ କରିଥିଲେ l ଏଥିସହିତ ଅନେକ ଲୋକ ମାସ୍କ ମଧ୍ୟ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା l ସୂଚନା ପ୍ରକାରେ ଦାରିଙ୍ଗ ବାଡ଼ି ଚଳିତ ମାସ ଠାରୁ ଲାଗୁ କରାଯାଇଥିବା ସପ୍ତାହନ୍ତ ସ ଟ ଡା ଉନ ପୂର୍ବରୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଥିଲେ l ଯାହା ଫଳରେ ଦାରିଙ୍ଗବାଡ଼ି ର ବିଭିନ୍ନ ଅଞ୍ଚଳକୁ ସିଲକରିଦିଆଯାଇଥିଲା ଓ ସମସ୍ତ ଦୋକାନ ବଜାର ବନ୍ଦ ରଖାଯାଇଥିଲା l ଏବଂ ଏହାପରେ ଦୋକାନ ବଜାର ବନ୍ଦ ହେବାର ୧୨ଦିନପରେ ଗତ୨ତାରିଖ ଗୁରବାର ଦିନ କଣ୍ଟେନମେଣ୍ଟ ଜୋ ନ କଟକଣା କୁ ଉଠା ଯାଇଥିଲା l ଶୁକ୍ରବାର ଦିନ ଦୋକାନ ବଜାର ଖୋଲାଯାଇଥିବା ବେଳେ ଶୁକ୍ରବାର ରାତିରେ ଜିଲ୍ଲାପାଳ ଶନିବାର ଓ ରବିବାର ଦିନକୁ ଜିଲ୍ଲାରେ ସଟଡାଉନ ହେବା ନେଇ ନିର୍ଦେଶ ଦେଇଥିଲେ lଯାହାଫଳରେ ଶନିବାର ଓ ରବିବାର ଦିନ ଦୋକାନ ବନ୍ଦ ରହିଥିଲା l ଯାହା ଫଳରେ ଆଜି ସୋମବାର ଦିନ ଦୋକାନ ବଜାର ଖୋଲିବାରୁ ପ୍ରାୟ ସମସ୍ତ ଦୋକାନ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା l ରାଜ୍ୟରେ କ ରୋନା ସ୍ଥିତି ଦିନକୁ ଦିନ ଅଣାୟତ ହେଉଥିବା ବେଳେ ଲୋକ ମାନେ ସରକାରଙ୍କ ନିୟମକୁ ପାଳନ କରୁନଥିବା ଦେଖିବାକୁ ମିଳିଛି ଜିଲ୍ଲା ତଥା ସ୍ଥାନୀୟ ପ୍ରଶାସନ ତରଫରୁ ବାରମ୍ବାର ସରକାରଙ୍କ ନିୟମ ପାଳନ କରିବା ନେଇ ସଚେତନ କରୁଥିଲେ ସୁଦ୍ଧା ଲୋକ ମାନେ ତାହାକୁ ଉଲଂଘନ କରୁଛନ୍ତି l ତେଣୁ ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି l