ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ପ୍ରକାଶ ପାଇଲା କାର୍ଯ୍ୟସୂଚୀ

ଭୁବନେଶ୍ୱର : ଆସନ୍ତା ୩୦ ତାରିଖରୁ ଅଫ୍‌ଲାଇନ୍‌ ଦଶମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଜୁଲାଇ ୫ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ । ପ୍ରକାଶିତ ମାର୍କକୁ ଚ୍ୟାଲେଞ୍ଜ କରି ଫର୍ମ ଫିଲପ୍‌ କରିଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି
ପ୍ରକାଶ ପାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ୩୦ ତାରିଖ ଦିନ ପ୍ରଥମ ଭାଷା (ଓଡିଆ, ବଙ୍ଗଳା, ହିନ୍ଦୀ, ଉଦ୍ଦ୍ୱର୍, ତେଲୁଗୁ), ୩୧ ତାରିଖ ଦିନ ଦ୍ୱିତୀୟ ଭାଷା (ଇଂରାଜୀ, ହିନ୍ଦୀ)ରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ୨ ତାରିଖ ଦିନ ଗଣିତ, ୩ ତାରିଖ ଦିନ ବିଜ୍ଞାନ, ୪ ତାରିଖ ଦିନ ସାମାଜିକ ବିଜ୍ଞାନ ଓ ୫ ତାରିଖ ଦିନ ତୃତୀୟ ଭାଷା(ହୀନ୍ଦୀ, ସଂସ୍କୃତ, ଓଡିଆ, ପାର୍ଶି) ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।
ପରୀକ୍ଷା ନିମନ୍ତେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫିସ୍‌ ଛାଡ଼ ମଧ୍ୟ କରାଯାଇଥିବା ଜଣା ପଡ଼ିଛି । ତେବେ ଯେଉଁ ଛାତ୍ରଛାତ୍ରୀ ପୂର୍ବ ପ୍ରକାଶିତ ଫଳରେ ଅସନ୍ତୁଷ୍ଟ ସେମାନେ ପରୀକ୍ଷା ଦେଇପାରିବେ । ଅଫ୍‌ଲାଇନ୍‌ ପରୀକ୍ଷାରେ ରଖିଥିବା ନମ୍ୱର ସେମାନଙ୍କର ପରୀକ୍ଷା ଫଳର ଫାଇନାଲ୍‌ ମାର୍କ ହେବ ବୋଲି ପୂର୍ବରୁ ବୋର୍ଡ କହିଛି ।

Comments (0)
Add Comment