ହବାକ ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ ପୁରାତନ ଛାତ୍ର ସଂସଦ ବୈଠକ

ଘୁ ଉଦୟଗିର : ଆଜି ଘୁ.ଉଦୟଗିର ସହରର ହବାକ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିକାରଣ ପୁରାତନ ଛାତ୍ର ସଂସଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ୟାଳୟର ଭାରପ୍ରାପ୍ତ ଶିକ୍ଷକ ବିଜୟ କୁମାର ମିଶ୍ର ଉପସ୍ଥିତ ରହି ଆସିଥିବା ସମସ୍ତଙ୍କୁ ଅଭିବାଦନ କରିବା ସହିତ ମୋ ସ୍କୁଲ ଅଭିଯାନ ପରିଚାଳନା କମିଟିର ସଭାପତି କେ. ରାମାରାଓ ପାତ୍ରଙ୍କୁ କାର୍ଯ୍ୟକ୍ରମ ପରିଚାଳନା ଦାଇତ୍ୱ ଦେଇଥିଲେ । ଏହି ବୈଠକରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗିରିଜା ଶଙ୍କର ପଣ୍ଡା କାର୍ଯ୍ୟସୂଚୀ ସମ୍ପର୍କରେ ଧାରଣା ପ୍ରଦାନ କରିଥିଲେ । ଏହା ସହିତ ସ୍କୁଲ କିପରି ରୂପାନ୍ତରିକରଣ ହେବ ସେ ବିଷୟରେ ଆଲୋକପାତ କରିଥିଲେ । ପରେ ଉପସ୍ଥିତ ବୁଦ୍ଧିଜୀବୀ ନିଜ ନିଜର ମତ ପ୍ରକାଶ କରିବା ସହିତ ସମାଜସେବୀ କିଶୋରଚନ୍ଦ୍ର ନାୟକ ୫ଟିର କାର୍ଯ୍ୟ ବିଷୟରେ କହିବା ସହିତ ସ୍କୁଲର କିପରି ଉନ୍ନତି ହେଇପାରିବ ସେଥିପ୍ରତି ଧ୍ୟାନ ଦେବାପାଇଁ ନିଜର ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ଶିକ୍ଷକ ଅଭାବ ବିଷୟକୁ ଗୁରୁତ୍ୱ ଦେବା ସହିତ ଶିକ୍ଷକ ମାନଙ୍କ ନିମନ୍ତେ କ୍ୱାଟରମାନ ନିର୍ମାଣ ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦେଇ ସ୍କୁଲକୁ ଉନ୍ନତି ପାଇଁ ଆଗେଇବା ଆବଶ୍ୟକ ବୋଲି ସମାଜସେବୀ ପ୍ରଶାନ୍ତ କୁମାର ଦାସ କହିଥିଲେ । ସମସ୍ତ ପୁରୁଣା ଛାତ୍ର ମାନଙ୍କର ଏକ ମୋବାଇଲ ହ୍ୱାଟ୍ସଅପ ଗ୍ରୁପ କରାଯାଉ ଓ ସେଥିରେ ସମସ୍ତ ସୂଚନା ଦିଆଯାଇ ମତାମତ ନିଆଯାଉ ଓ ସରକାରୀ ସ୍ତରରେ ସ୍କୁଲର ଉନ୍ନତି ନିମନ୍ତେ ଅଧିକାରୀମାନଙ୍କୁ ସାକ୍ଷାତ କରାଯାଉ ବୋଲି ପି ସଞ୍ଜୀବ ପାତ୍ର କହିଥିଲେ । ଘୁ ଉଦୟଗିରି ବ୍ଲକର ୬ ଗୋଟି ସ୍ମାର୍ଟ ସ୍କୁଲ ମନନୀତ କରିଛନ୍ତି ସରକାର ଏବଂ ସେଥି ମଧ୍ୟରୁ ହବାକ ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ସ୍ମାର୍ଟ ସ୍କୁଲ ଭାବରେ ଘଷଣା ପରେ ଆଜି ପୁରାତନ ଛାତ୍ର ସଂସଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କେ ରମା ରାଉ ପାତ୍ର, ବିଦ୍ୟାଧର ପାଳ, ରମାକାନ୍ତ ପାତ୍ର, ବାନୀଚରଣ ରଥ,ପି ସଂଜୀବ ପାତ୍ର, ଅଜିତ କୁମାର ନାୟକ ସମେତ ସାମ୍ବାଦିକ, ଶିକ୍ଷକ, ଶିକ୍ଷୟତ୍ରୀ, ଓ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ ।

Comments (0)
Add Comment