ବିଶ୍ୱ କର୍ମା ପୂଜା ଉପଲକ୍ଷେ ଡ୍ୟାନ୍ସ ପ୍ରତିଯୋଗୀତା

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡାରେ ବିଶ୍ୱ କର୍ମା ପୂଜା କମିଟି ଆନୁକୁଲ୍ୟରେ ୨୬ ତମ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେବେନ୍ଦ୍ର ମଲ୍ଲିକ, ଭକ୍ତିରାମ ମଲ୍ଲିକ, ଡୋଲାମଣି ନାଗ, ବୃନ୍ଦାବନ ମେହେର, ଯୋଗୀଲାଲ ମେହେର, ଗୋଲାପ କୁମାର ବିଶ୍ୱାଳ, ସାମ୍ବାଦିକ ଜଗଦିଶ ଭୋଇ ପ୍ରମୁଖ ଅତିଥିମାନେ ଯୋଗଦାନ କରିଥିଲେ । ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ଉପଢୌକନ ଦିଆଯିବା ପରେ ଡ୍ୟାନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସମ୍ବଲପୁରୀ ନୃତ୍ୟ, ସଂଗୀତ, ଭଜନ, ଗ୍ରୁପଡ୍ୟାନ୍ସ ଆଦି ନୃତ୍ୟ ପରିବେଷଣ ହୋଇଥିଲା । ଡ୍ୟାନ୍ସରେ ପ୍ରଥମ ସ୍ଥାନ ବଲାଙ୍ଗୀର କିଲର ବୟ ଗ୍ରୁପ୍‌ ମୀନକେତନ ଥାପା ଓ ଲୀଲୁ ରାଣୀ ଗୁରୁ , ଦ୍ୱିତୀୟ ସ୍ଥାନ ପାଟଣାଗଡର ଚିଣ୍ଟୁ କବାଟ ଓ ତୃତୀୟ ସ୍ଥାନ ଭଇଁସା ଗାଁର କୁନି କଳାକାର ମହିନ୍ଦ୍ର ସୁନା ଓ ଶଙ୍କର ସୁନା ଅଧିକାର କରିଥିଲେ । ଏଥିରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କାର ରାଶି ପ୍ରଦାନ କରିଥିଲେ । ପ୍ରଭୁ ଦାସ କୁମ୍ଭାର ମଞ୍ଚ ପରିଚଳନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ତେନ୍ତୁଳିମୁଣ୍ଡା ଗାଁର ଯୁବ ସଂଗଠନ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସହଯୋଗ କରିଥିବା ବେଳେ ସାମାଜସେବୀ ଅଭିଦୀପ ବିଶ୍ୱକର୍ମା ପୂଜା କମିଟିକୁ ସହଯୋଗ କରିଥିଲେ । ଡ୍ୟାନ୍ସ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଚାରକ ମଣ୍ଡଳୀ ଭାବରେ ବୁଲୁ ବାଗ,ବିକି ମେହେର, କଣ୍ଟାବାଞ୍ଜି ଆଲବମ ହିରୋ ପ୍ରଶାନ୍ତ ତାଣ୍ଡି ଓ ତେନ୍ତୁଳି ମୁଣ୍ଡାର ଡ୍ୟାନ୍ସ ଶିକ୍ଷକ ସୁରେଶ ବନଗୁଳା ଦାୟିତ୍ୱ ନିର୍ବାହ କରିଥିଲେ । ପୂଜା କମିଟି ଓ ଗ୍ରାମ ବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Comments (0)
Add Comment