କାର୍ତ୍ତିକ ସୋମବାରରେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ

ପାରଳାଖେମୁଣ୍ଡି : ଆଜି କାର୍ତ୍ତିକ ମାସ ସେଶ ସୋମବାର ହୋଇ ଥିବାରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । କାର୍ତ୍ତିକ ମାସ ଧର୍ମ ହୋଇଥିବାରୁ ଭକ୍ତ ମାନେ ସକାଳୁ ଧୂପ ଦୀପ ନଡିଆ କଦଳୀ ଧରି ଶିବ ମନ୍ଦିରକୁ ଯାଇ ପୂଜାଅର୍ଚ୍ଚନା କରିବା ଶହ ମନ୍ଦିର ଗୁଡିକରେ ପ୍ରସାଦସେବନ ସାଙ୍ଗକୁ ଦୁଃଖୀ ରଙ୍କିଙ୍କୁ ଦାନ ପୂଣ୍ୟ କରିଥିବା ଦେଖିବାକୁ ମିଳିଛି ।

ଆଜିଠାରୁ କାର୍ତ୍ତିକ ମାସର ପଞ୍ଚୁକ ପାଳନ କରୁଥିବା ଭକ୍ତମାନେ ସକାଳୁ ଉଠି ସ୍ନାନ କରି ସହର ବିଭିନ୍ନ ମନ୍ଦିରକୁ ଯାଇ ଠାକୁର ଦର୍ଶନ କରିବା ସହିତ ହରିନାମ ସଂକୀର୍ତ୍ତନରେ ଯୋଗ ଦେଇଥିବାର ଦେଖିବାକୁ ମିଳିଛି । ଏହା କରିବା ଦ୍ୱାରା ପୂଣ୍ୟ ମିଳେ ବୋଲି ଭକ୍ତଙ୍କ ଆଶା ବିଶ୍ୱାସ ରହିଛି ।

Comments (0)
Add Comment