ରାଜନୀତି ମୈଦାନରେ ଏଣ୍ଟ୍ରି କରିବେ କେଦାର ଯାଦବ

ରାଜନୀତି ମୈଦାନରେ ଏଣ୍ଟ୍ରି କରିବେ କେଦାର ଯାଦବ

ନୂଆଦିଲ୍ଲୀ : କ୍ରିକେଟ ପରେ ରାଜନୀତି ମୈଦାନରେ ଏଣ୍ଟ୍ରି କରିବେ ପୂର୍ବତନ କ୍ରିକେଟର । କେଦାର ଯାଦବ ବିଧିବଦ୍ଧ ଭାବେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ଭାରତୀୟ କ୍ରିକେଟର ୮ଏପ୍ରିଲରୁ ତାଙ୍କର ରାଜନୈତିକ ଇନିଂସ ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି । ବୋଧହୁଏ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେବେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱଙ୍କୁଲେଙ୍କ ଉପସ୍ଥିତିରେ କେଦାର ଯାଦବ ବିଜେପିରେ ଯୋଗଦେବେ।
ବିଜେପିରେ ଯୋଗଦେବା ଘୋଷଣା କରିବା ପୂର୍ବରୁ କେଦାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ରବିନ୍ଦ୍ର ଚଭନଙ୍କୁ ଭେଟିଥିଲେ । ଏହା ପରେ, ସେ ମୁମ୍ବାଇ କ୍ରିକେଟ୍ ଆସୋସିଏସନର ପୂର୍ବତନ ସଭାପତି ଓ ବିଜେପି ନେତା ଆଶିଷ ଶେଲାରଙ୍କୁ ମଧ୍ୟ ଭେଟିଥିଲେ । ସେହି ସମୟରେ କେଦାର ବିଜେପିରେ ମିଶିବେ ବୋଲି ଜୋରଦାର ଗୁଜବ ଉଠିଥିଲା।
ପୁଣେ ବାସିନ୍ଦା କେଦାର ଯାଦବ ଭାରତ ପାଇଁ ଖେଳିଛନ୍ତି ୭୩ଟି ଦିନିକିଆ । ଟି-୨୦ ମ୍ୟାଚ୍‌ରେ ତାଙ୍କର ପ୍ରଦର୍ଶନ ସେତେଟା ଆଖିଦୃଶିଆ ନଥିଲା । କେଦାର ଯାଦବ ଏପର୍ଯ୍ୟନ୍ତ କେବଳ ୯ ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୨୦.୩୩ ହାରରେ ୧୨୨ ରନ କରିଛନ୍ତି।
୨୦୧୦ ମସିହାରେ କେଦାର କରିଥିଲେ ଆଇପିଏଲ ଡେବ୍ୟୁ । ଆଇପିଏଲରେ ୯୫ଟି ମ୍ୟାଚ୍ ଖେଳିଛନ୍ତି। ସେ ୮୧ ଇନିଂସରେ ୧୨୦୮ ରନ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୬୯ । ଏହାସହ କେଦାର IPLରେ ୪ଟି ଅର୍ଦ୍ଧଶତକ ମାରିଛନ୍ତି।
୨୦୧୧ ମସିହାରେ ସେ କୋଚି ଟସ୍କର୍ସ କେରଳ ଦଳର ଅଂଶ ଥିଲେ । ସେ ୨୦୧୩ ରୁ ୨୦୧୫ ପର୍ଯ୍ୟନ୍ତ ଦିଲ୍ଲୀ ଟିମ୍‌ର ଅଂଶିଦାର ଥିଲେ । ପରେ ୨୦୧୬ ଏବଂ ୨୦୧୭ ରେ RCB ଦଳରେ ଯୋଗ ଦେଇଥିଲେ। କେଦାର ଜାଦବ ୨୦୧୮ ରୁ ୨୦୨୦ ପର୍ଯ୍ୟନ୍ତ CSK ଦଳର ଅଂଶ ଥିଲେ । ପରେ ୨୦୨୧ ରେ ତାଙ୍କୁ ହାଇଦ୍ରାବାଦ ପାଇଁ ଖେଳିବାର ସୁଯୋଗ ମିଳିଥିଲା।

Comments (0)
Add Comment