ଶାଶୁକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କଲା ଜ୍ୱାଇଁ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଭାନପୁର ପଞ୍ଚାୟତ ଦାନାମାଲ ଗ୍ରାମରେ ନିଜ ଶାଶୁକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ଘଟିଛି । ସୂଚନା ଅନୁସାରେ ଦାନମାଲ ଗ୍ରାମର ମାନବୋଧ ମାଝୀ (୪୫) ପ୍ରଚୁର ମଦ ପିଇ ନିଜ ଶାଶୁ ଟେଭା ମଲିକଙ୍କୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ଖପ୍ରାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣା ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Comments (0)
Add Comment