ଭୁବନେଶ୍ୱର:ଆସନ୍ତା କାଲି ଅର୍ଥାତ ନଭେମ୍ବର ୧୫ରୁ ରାଜ୍ୟରେ ଖୋଲିବାକୁ ଯାଉଛି ଷଷ୍ଠ ଓ ସପ୍ତମ ଶ୍ରେଣୀ । ରାଜ୍ୟ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ୧୮ ମାସ ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବାକୁ ଯାଉଛି। ଛୋଟ ପିଲାଙ୍କ ସ୍କୁଲ୍ ଖୋଲିବ କି ନ ଖୋଲିବ ଏହାକୁ ନେଇ ବିଚାର ବିମର୍ଶ ଚାଲିଥିଲା। ବର୍ତ୍ତମାନ କରୋନା ସଂକ୍ରମଣ ପ୍ଲାଟୋ ସ୍ଥିତିରେ ରହିଥିବା ବେଳେ ଶିକ୍ଷା କ୍ଷେତ୍ରକୁ ଆଗକୁ ବଢାଇବାକୁ ଏପରି ନିଷ୍ପତି ନିଆଯାଇଛି ।
କରୋନା ସଂକ୍ରମଣ ପାଇଁ ବହୁ ସମୟ ଧରି ରାଜ୍ୟ ତଥା ଦେଶରେ ଶିକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଏବେ ଧୀରେ ଧୀରେ ସଂକ୍ରମଣ ହାର କମିବା ସହିତ ପିଲାଙ୍କ ଅଫଲାଇନ୍ ପାଠ ପଢା ପୁଣି ଥରେ ଆରମ୍ଭ ହେବାରେ ଲାଗିଛି।