ଦେଉଲଗାରେ ପ୍ରକଳ୍ପ ପ୍ରାରମ୍ଭିକ ସଭା,କାର୍ଯ୍ୟରେ ସ୍ୱଚ୍ଛତା ସହିତ ଶ୍ରମିକମାନଙ୍କୁ ଅଧିକାର ମିଳିବା ଜରୁରୀ

ପାଟଣାଗଡ: ପାଟଣାଗଡ଼ ବ୍ଲକ ଦେଉଲଗାଠାରେ ମହତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ହେବାକୁ ଥିବା ହରିଜନ ମୁଣ୍ଡା ବନ୍ଧର ଉନ୍ନତିକରଣ କାମର ପ୍ରକଳ୍ପ ପ୍ରାରମ୍ଭିକ ସଭା ସ୍ଥାନୀୟ ସରପଞ୍ଚ ପ୍ରତିମା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସାମାଜିକ ସମୀକ୍ଷକ ତଥା ନୋଡାଲ ଅଫିସର ବର୍ଷା ହରିପାଲ ଯୋଗଦେଇ ମହାତ୍ମା ଗାନ୍ଧୀ ଜାତିୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ସ୍ୱଚ୍ଛତା ରହିବା ସହିତ କାର୍ଯ୍ୟ ଆରମ୍ଭରୁ ପ୍ରାରମ୍ଭିକ ସଭା ହେବା ସହିତ ପ୍ରକଳ୍ପର ରୂପରେଖ ଗ୍ରାମବାସୀ ଏ ଶ୍ରମିକ ମାନଙ୍କ ସମ୍ମୁଖ ହେଲେ ସ୍ୱଚ୍ଛତା ସମ୍ଭବ ବୋଲି କହିଥିଲେ । ଏହି ଅବସରରେ ଶ୍ରମିକମାନେ ନିଜ ସମାସ୍ୟା ଉପସ୍ଥାପନା କରିଥିଲେ । ବୈଠକରେ ଏନଆରଏମ ପରାମର୍ଶଦାତା ପ୍ରତିମା ପାଣିଗ୍ରାହୀ ଏପିଓ ଲକ୍ଷ୍ମଣ ବୁଡେକ, ଡିଆରଡିଏ ଏମଜିଏନଆରଇଜିଏସ ଆସିଟାଣ୍ଡ ସତ୍ୟ ମହାନ୍ତି, ଜେଇ ପ୍ରଭାତ କୁମାର ସେଠୀ, ଇଓ ବିଜାରୁ ପଧାନ, ବିଏସଏ ତୁଲାରାମ ମଲ୍ଲିକ, ରାଜକୁମାର ବରିହା, ଜିଆରଏସ ବାସୁଦେବ ମେହେର, ଗା ସାଥି ଦିପାଞ୍ଜଳି ସାହୁ ସମେତ ଶତାଧିକ ଶ୍ରମିକ ଏ ଗ୍ରାମବାସୀ ଉପସ୍ଥିତ ଥିଲେ । ଶେଷରେ ଅଭୟ ତ୍ରୀପାଠୀ ଧନ୍ୟବାଦ ଅର୍ପଣ କରି ଥିଲେ ।

Comments (0)
Add Comment