ହେରିଟେଜ ରାଇଡରେ ସାମିଲ ହେଲେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ, ବୁଲି ଦେଖିଲେ ବିଭିନ୍ନ ଐତିହ୍ୟସ୍ଥଳୀ

ପୁରୀ : ହେରିଟେଜ ରାଇଡରେ ସାମିଲ ହେଲେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ । ଏଥିସହ ବିଭିନ୍ନ ଐତିହ୍ୟ ସ୍ଥଳୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ବାଳାଶ୍ରମର ୩୬ ଜଣ ଅନ୍ତେବାସୀ ୪ଟି ଗଲ୍ଫକାର୍ଟ ମାଧ୍ୟମରେ ଶଙ୍କରାଚାର୍ଯ୍ୟ ମଠ ଦେଇ ତୋଟା ଗୋପିନାଥ, ଜିଆର ସ୍ୱାମୀ ମଠ, ବାଉଳି ମଠ ବୁଲି ଦେଖିବା ସହ ଐତିହ୍ୟସ୍ଥଳୀ ସଂପର୍କରେ ପଚାରି ବୁଝି ଖୁସିବ୍ୟକ୍ତ କରିଥିଲେ । ସେମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ ଐତିହ୍ୟସ୍ଥଳୀ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ତତ୍ତ୍ୱାବଧାନରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

ଏହି ହେରିଟେଜ ରାଇଡରେ ବିଭିନ୍ନ ବର୍ଗଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି । ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ବାଳାଶ୍ରମ ସୁପରିଟେଣ୍ଡେଣ୍ଟ ସାରଙ୍ଗ ମହାପାତ୍ର, ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଯୁଗବ୍ରତ କର, ନଟବର ସାହୁ, ସତ୍ୟବ୍ରତ ସାହୁ, ମଞ୍ଜୁଶ୍ରୀ ସେନ, ବେୟାରଫୁଟ ଅନୁଷ୍ଠାନର ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment