ସୁବର୍ଣ୍ଣପୁର : ବିଗତ କିଛିଦିନ ହେଲା ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ସମେତ ସହରରେ କ୍ରମାଗତ ଭାବେ ବଢିଚାଲିଥିବା ଲୁଟ, ରାହାଜାନି, ଛିନତାଇ, ଓ ବାଇକ ଲୁଟ ଘଟଣା ବୃଦ୍ଧି ପାଇଥିଲେ ହେଁ ପୁଲିସର ଢିଲା କାର୍ଯ୍ୟାନୁଷ୍ଠାନ ପାଇଁ ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଘଟଣାରେ ଉଦବେଗ ପ୍ରକାଶ କରି ଆଜି ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ମିଡିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥିଙ୍କୁ ଭେଟି ଜିଲ୍ଲାର ବିପର୍ଯ୍ୟସ୍ତ ହୋଇ ପଡିଥିବା ଆଇନଶୃଙ୍ଖଳା ପରିସ୍ଥିତି ଉପରେ ବିସ୍ତାର ଭାବେ ଆଲୋଚନା କରିଥିଲେ । ଜିଲ୍ଲାର ପ୍ରିଣ୍ଟ ମିଡ଼ିଆ ଫୋରମର ମନୋରଞ୍ଜନ ତ୍ରିପାଠୀ ଓ ସନ୍ତୋଷ ମିଶ୍ରଙ୍କ ସଂଯୋଜନାରେ ଆହୁତ ଏହି ବୈଠକରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁଙ୍କ ନେତତ୍ୱରେ ଏହି ପ୍ରତିନିଧିଦଳ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ପୋଲିସ ପେଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ବିଭିନ୍ନ ଘଟଣାର ଦୋଷୀଙ୍କୁ ଧରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବର୍ତ୍ତମାନ ସ୍ଥାନୀୟ ପୁଲିସରର ଢିଲାପଣ ଯୋଗୁଁ ଅସାମାଜିକ ବ୍ୟକ୍ତି ବିଶେଷ ଆହୁରି ବେଧଡକ ଭାବେ ପ୍ରତ୍ୟେହ କିଛି ନା କିଛି ଘଟଣା ଘଟାଉଥିବା ଯୋଗୁଁ ବର୍ତ୍ତମାନ ସହରବାସୀ ଆଉ ନିଜକୁ ନିରାପଦ ମଣୁନାହାନ୍ତି । ସହରରେ ପ୍ରତିଦିନ ଚୋରି ଓ ଲୁଟ ଘଟଣା ବୃଦ୍ଧିପାଇଛି । ଏଣୁ ଏସବୁର ନିରାକରଣ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ତ ଘଟଣାର ଗୁରୁତ୍ୱକୁ ଉପଲବଧି କରି ଜିଲ୍ଲା ଏସ୍ପି ମଧ୍ୟ ଏସମସ୍ତ ଘଟଣାରେ ଠୋସ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ପ୍ରତିନିଧିଦଳରେ ଗୋରେଖନାଥ ସାହୁ, ମନୋରଞ୍ଜନ ତ୍ରିପାଠୀ, ସନ୍ତୋଷ ମିଶ୍ର, ବିବେକାନନ୍ଦ ମିଶ୍ର, ରତନ ପଟ୍ଟନାୟକ, ମୃତ୍ୟୁଞ୍ଜୟ ଶତପଥି, ନବକିଶୋର ମିଶ୍ର, ରାଜକିଶୋର ତ୍ରିପାଠୀ, ମହାଦେବ ମଲ୍ଲିକ, ସଞ୍ଜୟ ସାହୁ, ପିତାମ୍ବର ମହାପାତ୍ର, ମନୋରଞ୍ଜନ ପାଣିଗ୍ରାହୀ, ଶେଷଦେବ ବାରିକ, ପିନାକୀ ପଣ୍ଡା, ସଦାଶିବ ସାହୁ, ସର୍ଜନ ବାରିକ,
ସହଦେବ ମେହେର, ଧନଞ୍ଜୟ ଆଡ଼ ଯୁଆଡି, ନିରଞ୍ଜନ ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।