ସମ୍ବଲପୁର:ବିଶ୍ୱ ପ୍ରସିଦ୍ଧ ସାମାଜିକ ସଂଗଠନ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ସାମ୍ବାଦିକଙ୍କ ପାଇଁ ରକ୍ଷା ବନ୍ଧନ ପାଳନ କରାଯାଇଥିଲା । ଆଜି ପୂର୍ବାହ୍ନ ପ୍ରାୟ ୧୦.୩୦ରେ ଦାନୀବନ୍ଧ ସ୍ଥିତ ସେମାନଙ୍କ କେନ୍ଦ୍ରଠାରେ ସ୍ଥାନୀୟ ସାମ୍ବାଦିକଙ୍କୁ ଆମନ୍ତ୍ରିତ କରାଯାଇ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ପ୍ରଦତ୍ତ ଏକ ଆଧ୍ୟାତ୍ମିକ ପ୍ରବଚନ ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ନିଜର ଶରୀର ପ୍ରତି ଯତ୍ନବାନ ରହିବା ପରି ନିଜ ଆତ୍ମା ପ୍ରତି ସଜାଗ ରହିବା ଉଚିତ, କାରଣ ପରମାତ୍ମାଙ୍କ ସାମନାରେ ସେ ନିଜର ଆତ୍ମା ବଳରେ ପରିଚୟ ପାଇଥାଏ । ଏଥିପାଇଁ ଆମେ ନିଜ ଆତ୍ମା ବିଷୟରେ ଯଥାସମ୍ଭବ ଚିନ୍ତା କରିବା ଉଚିତ । ଏହା ସହିତ ଦୈନିକ ଚିନ୍ତନ ଓ ଧ୍ୟାନ କରିବା ପାଇଁ କିଛି ସମୟ ଦେଇ ପାରିଲେ ସବୁବେଳେ ମନରେ ଶାନ୍ତି ରହିଥାଏ ଓ ଅଯଥା ଚିନ୍ତା ମନକୁ ବ୍ୟତିବ୍ୟସ୍ତ କରିପାରେ ନାହିଁ ବୋଲି ମଧ୍ୟ ପରାମର୍ଶ ଦିଆଯାଇଥିଲା । ଆୟୋଜକଙ୍କ ପକ୍ଷରୁ ଭଉଣୀ ପାର୍ବତୀ ଓ ଭଉଣୀ ଦୀପା ସଭାକାର୍ଯ୍ୟ ପରିଚାଳନା କରିଥିଲେ ।