ଆଜି ସଂଧ୍ୟାରେ ନବୀନ-ଜଗନ ସାକ୍ଷାତ ଆଲୋଚନା

ଭୁବନେଶ୍ୱର: ଗୋଟିଏ ପଟେ କୋଟିଆ ବିବାଦ ଜୋର ଧରିଥିବାବେଳେ ଆଜି ସନ୍ଧ୍ୟାରେ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଜଗନ ୪ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସେ ରାଜ୍ୟ ଅତିଥି ଭବନ ଯିବେ । ସେଠାରେ କିଛି ସମୟ ବିଶ୍ରାମ ନେଇ ଲୋକସେବା ଭବନରେ ପହଞ୍ଚିବେ । ବୈଠକ ସରିଲା ପରେ ସେ ସିଧା ବିମାନବନ୍ଦର ଯାଇ ଆନ୍ଧ୍ର ଫେରିଯିବେ । ରେଡ୍ଡିଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି । ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଅପରାହ୍ନ ୫ଟାରୁ ୭ଟା ଯାଏ ଚାଲିବ ବୋଲି ସୂଚନା ମିଳିଛି ।ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଦୁଇ ମୁଖ୍ୟମନ୍ତ୍ରୀଙ୍କର ଆଲୋଚନା ଅନେକ ଗୁରୁତ୍ୱପୂର୍ଣ୍ଣ ।ଏହି ବୈଠକରେ ନିର୍ଦ୍ଧିଷ୍ଟ ଭାବେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇ ନାହିଁ । ଆଲୋଚନା ବେଳେ ସୀମା ବିବାଦ ସହ ପୋଲାଭରମ ଓ ନେରେଟି ଜଳ ବିବାଦ ପ୍ରସଙ୍ଗ ଉଠିପାରେ ।
ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କୁ ସୀମା ବିବାଦ ଓ ଓଡିଆ ଭାଷାର ସୁରକ୍ଷା ନେଇ ପତ୍ର ଲେଖିଥିଲେ । ଏଥିରେ ସୀମା, ଭାଷା, ଜଳ ବିବାଦକୁ ନେଇ ସମାଧାନର ବାଟ ବାହାରିପାରେ ବୋଲି ଆଶା ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ସୀମା, ଭାଷା, ଜଳ ବିବାଦକୁ ନେଇ ସମାଧାନର ବାଟ ବାହାରିପାରେ ବୋଲି ଆଶା ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟପଟେ ଓଡିଶା ସୀମା ଭିତରେ ପଶି ଆନ୍ଧ୍ର ଅଧିକାରୀ ପୁଣି ହୋର୍ଡିଂ ଲଗାଇଛନ୍ତି ।

Comments (0)
Add Comment