ଜିଲ୍ଲା ବ୍ୟାପୀ ପଞ୍ଚାୟତସ୍ତରୀୟ “ଶିଶୁଙ୍କ ପାଇଁ ଦିନ ଟିଏ’ ପାଳିତ

ପାରଳାଖେମୁଣ୍ଡି: ରାଜ୍ୟ ସରକାରଙ୍କ ଚିଠି ପ୍ରକାରେ ଏବଂ ଗଜପତି ଜିଲ୍ଲାର ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ତ୍ରୋୟମାସିକର ପ୍ରଥମ ମାସର ୨୨ ତାରିଖରେ ପ୍ରତି ପଞ୍ଚାୟତରେ ଶିଶୁଙ୍କ ପାଇଁ ଦିନଟିଏ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ନିର୍ଦ୍ଦେଶ ଅନୁସାରେ ଗଜପତିର ପ୍ରତ୍ୟେକ ପଞ୍ଚାୟତରେ ଶିଶୁଙ୍କ ପାଇଁ ଦିନଟିଏ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଏବଂ ପଞ୍ଚାୟତ ସ୍ତରୀୟ ବାଲ୍ୟ ବିବାହ ଟାସ୍କଫୋର୍ସର ବୈଠକ ହୋଇଥିଲା । ଏହି ବୈଠକରେ ସରପଞ୍ଚ, ୱାର୍ଡ ସଭ୍ୟ, ଅଙ୍ଗନବାଡି କର୍ମୀ, ସ୍ୱେଚ୍ଛାସେବୀ, କିଶୋରୀ, ଏଏନଏମ୍‌ ପ୍ରମୁଖ ଯୋଗ ଦେଇ ପଞ୍ଚାୟତର ପ୍ରତ୍ୟେକ ଶିଶୁ କିପରି ଶିଶୁ ସୁରକ୍ଷାର ବଳୟ ଭିତରେ ରହିବେ ଏବଂ ସେମାନଙ୍କର ଅଧିକାରୀ କିପରି ପାଇବେ ତାହାରି ଉପରେ ଆଲୋଚନା ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରୁ ଜିଲ୍ଲାସ୍ତରରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା, ଚାଇଲ୍ଡ଼ ଲାଇନର କର୍ମକର୍ତ୍ତା, UNFPA, action Aidର ଜିଲ୍ଲା ପ୍ରତିନିଧି ଏବଂ ସମନ୍ୱିତ ଶିଶୁ ଉନ୍ନତି ଯୋଜନାର ସୁପରଭାଇଜର ପ୍ରମୁଖ ବିଭିନ୍ନ ପଞ୍ଚାୟତକୁ ଯାଇ ଏହି ବୈଠକରେ ଯୋଗ ଦେଇଥିଲେ । ବିଭିନ୍ନ ଅନିବାର୍ଯ୍ୟ କାରଣରୁ ଏହି କାର୍ଯ୍ୟକ୍ରମ ଆର ଉଦୟଗିରି, ଗୋଶାଣି ଏବଂ କାଶୀନଗର ପଞ୍ଚାୟତ ସମିତିରେ ଅନୁଷ୍ଠିତ ହୋଇପାରି ନଥିଲା ।

Comments (0)
Add Comment