ଓଡ଼ିଶାର ଚିନ୍ତା ଓ ଚେତନା ମାନବଜାତି ପାଇଁ ପରମାର୍ଥ : ରାଜ୍ୟପାଳ

ଭୁବନେଶ୍ୱର:ଓଡ଼ିଶା ରାଜ୍ୟର ବିକଳ୍ପ ନାହିଁ । ଏହା ଏକ ଦେବଭୂମି । ଏହି ଭୂମିର କଳା ଓ ସଂସ୍କୃତିରେ ରହିଛି ଜୀବନର ଉତରଣର ମାର୍ଗ । ଓଡ଼ିଶାର ଚିନ୍ତା ଓ ଚେତନା ସମଗ୍ର ମାନବଜାତି ପାଇଁ ପରମାର୍ଥ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।ଆଜି ରାଜଭବନରେ ଆୟୋଜିତ ୪୩ତମ ‘ବର୍ଷା ୨୦୨୧’ ଉତ୍ସବକୁ ଉଦ୍ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ପ୍ରତିଭାର ପୂଜା ଏକ ମହତ ପରମ୍ପରା । ସାମଗ୍ରୀକ ଭାବରେ ଏହା ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବା ସହ ଜାତିକୁ ଗୌରବାନ୍ୱିତ କରିଥାଏ ଏବଂ ଏ ଦିଗରେ ଚିନ୍ତା ଓ ଚେତନାର ପ୍ରୟାସ ପ୍ରଶଂସନୀୟ । ଏହି ଉତ୍ସବରେ ବିଧାୟକ ଶଶିଭୂଷଣ ବେହେରା, ପଦ୍ମଶ୍ରୀ କୁମ୍ କୁମ୍ ମହାନ୍ତି, ବାବା ରାମନାରାୟଣ ଦାସ, ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ‘ସମାଜ’ର ସଂପାଦକ ସୁଶାନ୍ତ ମହାନ୍ତି, ଚିନ୍ତା ଓ ଚେତନାର ମହାସଚିବ ସୁରେନ୍ଦ୍ର ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।ଦୈନିକ ଖବରକାଗଜ ‘ସମାଜ’କୁ ନୀଳଚକ୍ର ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା । କଳା, ସାହିତ୍ୟ, ସଂସ୍କୃତି, ନୃତ୍ୟ, ପୁଲିସସେବା, ସ୍ୱାସ୍ଥ୍ୟ, ସାହସକିତା, ଗଣମାଧ୍ୟମ, ଆଇନ, ଶିଳ୍ପ, ଅର୍ଥନୀତି ଓ ସମାଜସେବା ଇତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରକଟ କରିଥିବା ବ୍ୟକ୍ତିମାନଙ୍କୁ ‘ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ’ ପ୍ରଦାନ କରାଯାଇଥିଲା ।

Comments (0)
Add Comment