ସମସ୍ୟା ଘେରରେ ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟାଳୟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟାଳୟରେ ସ୍ଥାୟୀ ନିର୍ବାହୀଯନ୍ତ୍ରୀ ନ ଥିବାରୁ କାର୍ଯ୍ୟାଳୟରେ ଉନ୍ନତି ମୂଳକ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବାର ଅଭିଯୋଗ ହେଉଛି । ଗଞ୍ଜାମର ନିର୍ବାହୀ ଯନ୍ତ୍ରୀ ଗଜପତିରେ ଦାୟିତ୍ୱ ତୁଲାଉ ଥିବାର ଜଣାପଡ଼ିଛି । ତେଣୁ ରାଜ୍ୟ ସରକାର ତୁରନ୍ତ ସ୍ଥାୟୀ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଜନ, ଗଜପତିକୁ ଦେଲେ ଜିଲ୍ଲାର ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି ।

ସେହିପରି କାର୍ଯ୍ୟାଳୟରେ ବିଭିନ୍ନ ପଦବୀ ଖାଲି ପଡ଼ିଛି ଯାହା ଫଳରେ କାର୍ଯ୍ୟାଳୟରେ କର୍ମଚାରୀ ମରୁଡ଼ିଦେଖା ଦେଇଛି । ଜୁନିୟର କିରାଣୀ ପଦବୀ ୫ ଗୋଟି, ସିନିୟର କିରାଣୀ ଗୋଟିଏ, ପିଅନ ପଦବୀ ୩ଗୋଟି,ଏକ ଗୋଟି ଇଂଜିନିୟର ପଦବୀ ଖାଲି ପଡ଼ିଛି । ଯାହା ଫଳରେ ଉନ୍ନତିମୂଳକ କାର୍ଯ୍ୟରେ ବାଧାପ୍ରାପ୍ତ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ତେଣୁ ତୁରନ୍ତ ଏହି ପଦବୀ ଗୁଡିକ ପୂରଣ ସହ ସ୍ଥାୟୀ ନିର୍ବାହୀ ଯନ୍ତ୍ରୀ ନିର୍ଯୁକ୍ତି ଦେଲେ ଜିଲ୍ଲାର ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି ।

Comments (0)
Add Comment