ନୂତନ ଭାବେ ଶୁଭ ଉଦଘାଟନ ହେଲା ହୋମିଓପ୍ୟାଥିକ କ୍ଲିନିକ

ଗଞ୍ଜାମ : ବ୍ରହ୍ମପୁରର ଆସିକା ରୋଡଠାରେ ପୁନମ ହୋମିଓ କ୍ଲିନିକ ନାମକ ଏକ ହୋମିଓପ୍ୟାଥିକ କ୍ଲିନିକ ନୂତନ ଭାବେ ଶୁଭ ଉଦଘାଟନ ହୋଇଛି । ଉକ୍ତ କ୍ଲିନିକକୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଉଦଘାଟନ କରିଥିଲେ । ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ପୂର୍ଣ୍ଣ ଡ଼ଃ.ପୁନମ ସରଫ ଏହି କ୍ଲିନିକର ଡାକ୍ତର ଅଟନ୍ତି । ରୋଗୀକୁ ପରୀକ୍ଷା କରି ରୋଗକୁ ଠିକ ଭାବେ ନିରୂପଣ କରି ଉପଯୁକ୍ତ ହୋମଓପାଥି ଔଷଧ ଦେଇ ରୋଗକୁ ସମୂଳେ ନଷ୍ଟ କରି ହେଲା ହୋମିଓ ପାଥି ଚିକିତ୍ସାର କାମ । ଆଜିକାଲି ବହୁଳ ପରିମାଣରେ ଏଲୋପାଥି ଔଷଧର ବ୍ୟବହାର ଦ୍ୱାରା ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥାଏ, ଯାହାଫଳରେ ରୋଗ ଅସାଧ୍ୟହୋଇ ପଡେ କିନ୍ତୁ ହୋମଓ ପାଥି ଦ୍ୱାରା ରୋଗକୁ ଅତି କମ ସମୟରେ ଭଲ ହେବା ସହ ଅସ୍ତ୍ରପ୍ରଚାର ଜନିତ ବିଭିନ୍ନ ସମସ୍ୟା ମଧ୍ୟ ଦୂରୀକରଣ କରି ସଠିକ ଔଷଧରେ ଏଠାରେ ନିରୂପଣ କରାଯାଏ । ହୋମିଓପାଥି ପ୍ରତି ରହିଥିବା ଲୋକଙ୍କ ମନୋଭାବକୁ ଡ଼ଃ ସରଫ ନିଜ ଉପଚାର ମାଧ୍ୟମରେ ଔଷଧ ଦ୍ୱାରା ଖୁବ କମ ଦିନରେ ଦର୍ଶାଇ ପାରିଛନ୍ତି ଯେ, ଏହି ଚିକିତ୍ସା ଖୁବ ଅଳ୍ପ ସମୟରେ ବହୁ ଦୁରାରୋଗ ଅତି ଶୀଘ୍ର ଭଲ ହୋଇଯାଏ । କଥାରେ ଅଛି” ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ରୂପ,” ଏହାର ଜ୍ୱଳନ୍ତ ଉଦାହରଣ ଡଃ. ପୁନମ ସରଫ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଡ଼ଃ. ପୁନମଙ୍କୁ ବହୁ ବିଜ୍ଞ, ବ୍ୟକ୍ତିତ୍ୱଙ୍କ ମୋହଲରୁ ପ୍ରଶଂସାର ସୁଅ ଛୁଟିଛି । ଆଗକୁ ସେ ଆହୁରି ସଫଳତାର ସହ ରୋଗୀଙ୍କ ସେବା କରିବେ ବୋଲି ଡ଼ଃ ବନ୍ଧୁମାନେ ଶୁଭେଚ୍ଛା ଜଣାଇଛନ୍ତି ।

Comments (0)
Add Comment