ଗଜପତିରେ ପୁଣି ୬୧କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୬୧ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ୬ ଜଣ,ଗୁମ୍ମା ବ୍ଳକରୁ ୧୦ଜଣ,ରାୟଗଡ଼ ବ୍ଳକରୁ ୯ଜଣ,ପାରଳା ପୌର ପରିଷଦରୁ ୧୭ ଜଣ, ମୋହନା ବ୍ଳକରୁ ୧୦ଜଣ କାଶୀନଗର ବ୍ଳକରୁ ୫ ଜଣ, ନୂଆଗଡ ବ୍ଳକରୁ ୩ଜଣ ଓ ଆନ୍ଧ୍ର ପ୍ରଦେଶରୁ ଜଣେ ଚିହ୍ନଟ ହୋଇଛନ୍ତି । ପଜିଟିଭି ଚିହ୍ନଟ ହେବା ପରେ ସେମାନଙ୍କୁ ସମସ୍ତଙ୍କୁ କୋଭିଡ କ୍ୟାୟର ସେଣ୍ଟରକୁ ପଠାଇ ଦିଆ ଯାଇଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Comments (0)
Add Comment