ବୌଦ୍ଧ : ଆଜି ସକାଳେ କଣ୍ଟାମାଳ ବ୍ଲକ୍ ଶୁଣ୍ଢୀପଦର ଗ୍ରାମ ପଂଚାୟତ ଧୁଙ୍ଗିଆପଦର ଗ୍ରାମର ଜଣେ ଯୁବକ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଧୁଙ୍ଗିଆପଦର ଗ୍ରାମର ଶୁକୃ ନାଏକ (୨୫ ବର୍ଷ ) ନାମକ ଜଣେ ଯୁବକ ଆଜି ସକାଳ ପ୍ରାୟ ୯ ଘଣ୍ଟା ସମୟରେ କୌଣସି କାରଣବଶତଃ ନିଜ ଘରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ତାଙ୍କୁ ପାଖ ପଡୋଶୀ ତୁରନ୍ତ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶୁକୃ ନାଏକ ଜଣେ ଗରିବ ପରିବାରର ଓ ଘରେ ତାଂକର ବିଧବା ମାଙ୍କ ସେ ଏକମାତ୍ର ସାହା ଭରସା ଥିଲେ । ତାଙ୍କ ପରିବାରବର୍ଗଙ୍କୁ ବିଦ୍ୟୁତ୍ ବିଭାଗ ଓ ସରକାର ଆବଶ୍ୟକ କ୍ଷତିପୂରଣ ତୁରନ୍ତ ଯୋଗାଇ ଦେବାକୁ କୋଶଳ ରାଜ୍ୟ ସମନ୍ୱୟ ସମିତିର ସଭାପତି ସୁବେଦାର୍ ଲଳିତ ସକ୍ଷରୁ ଦାବୀ କରିଛନ୍ତି ।