୭ ଦଫା ଦାବି ନେଇ ଅଶା କର୍ମୀ ସଙ୍ଘ ଗଜପତି ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଭାରତୀୟ ମଜଦୂର ସଙ୍ଘ ଦ୍ୱାରା ପରିଚାଳିତ ହେଉଥିବା ଓଡ଼ିଶା ରାଜ୍ୟ ଆଶା କର୍ମୀ ସଙ୍ଘ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଗଜପତି ଜିଲ୍ଲା ଆଶା କର୍ମୀ ସଂଘର ସଭାନେତ୍ରୀ ସମୀକ୍ଷା ଗୋମାଙ୍ଗ, ସମ୍ପାଦିକା ବିଷ୍ଣୁ ବିହାରୀ, ଭାରତୀୟ ମଜଦୂର ସଙ୍ଘ ଜିଲ୍ଲା ସମ୍ପାଦକ ଗଜପତି ସୁଜିତ ନାୟକ ପ୍ରମୁଖ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ବିଭିନ୍ନ ଦଫାଦାବି ନେଇ ରାଜ୍ୟ ସଂଘର ଆହ୍ୱାନ କ୍ରମେ ଆନ୍ଦୋଳନ ପ୍ରଥମେ ଭୁବନେଶ୍ୱର ଠାରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା । ଜିଲ୍ଲାରେ ଆଶା କର୍ମୀଙ୍କୁ ସ୍ଥାୟୀ ସରକାରୀ ମାନ୍ୟତା, ଯୋଗ୍ୟତା ଥିବା କର୍ମୀଙ୍କୁ ଏନଏଏମ୍‌ ଭାବେ ନିଯୁକ୍ତି ଦେବା ଏହି ପରି ବିଭିନ୍ନ ଦାବିପୂରଣ ନିମନ୍ତେ ଗଜପତି ଜିଲ୍ଲାରେ ଥିବା ସମସ୍ତ ଅଶା କର୍ମୀ ପାରଳାଖେମୁଣ୍ଡି ଠାରେ ଥିବା ମୁଖ୍ୟ ଡାକ୍ତରଖାନା ପରିସରରେ ଧାରଣା ଦେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ପରି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲୁ ରହିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।

Comments (0)
Add Comment