ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ କର୍ମକର୍ତ୍ତାଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୮ତାରିଖଠାରୁ ଧାରଣାରେ ବସିବା ବେଳେ ତାଙ୍କୁ ପାରଳା ବିଧାୟକ କେ ନାରାୟଣ ରାଓ ଧାରଣା ସ୍ଥଳକୁ ଯାଇ ସଂଘ କର୍ମକର୍ତ୍ତାଙ୍କୁ ଭେଟିଛନ୍ତି । ୨ଦଫା ଦାବିକୁ ନେଇ ରାଜ୍ୟ ସଘର ଆହ୍ୱାନ କ୍ରମେ ଜିଲ୍ଲା ସଂଘ ପକ୍ଷରୁ ଏପରି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି । ବିଧାୟକଙ୍କ ହସ୍ତକ୍ଷେପ ଲୋଡ଼ି ଦାବି ପୂରଣ ପାଇଁ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ବିଧାୟକଙ୍କୁ ପ୍ରଦାନ କରାଯାଇଥିଲା । ସଂଘ ପକ୍ଷରୁ ଧାରଣା ଯୋଗୁ ବିଭିନ୍ନ ପ୍ରକାର କାର୍ଯ୍ୟ ଗ୍ରାମାଞ୍ଚଳରେ ବ୍ୟାଘାତ ଘଟିଛି । ସଂଘ ସଭାପତି ରାଜେନ୍ଦ୍ର କୁମାର ରଥ, ଉପସଭାପତି ମଧୁ ପୋଲକି, ସମ୍ପାଦକ ସନ୍ତୋଷ କୁମାର ବାହାଦୁର ପ୍ରମୁଖ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସ୍ମାରକ ପତ୍ର ବିଧାୟକଙ୍କୁ ପ୍ରଦାନ କରିଥିଲେ ।

Comments (0)
Add Comment