ବୌଦ୍ଧ – ବଉଦ ବ୍ଲକ୍ ବଢିଗାଁ ଗ୍ରାମର ଗୋଟିଏ ପରିବାରର ୫ ଜଣ ସଦସ୍ୟ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଗଞ୍ଜାମ ଜିଲ୍ଲାକୁ ଯାଇଥିବା ଯୋଗୁଁ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାକୁ ପଡିଛି । ମିଳିଥିବା ସୂଚନା ଅନୁଯାୟୀ ବଢିଗାଁ ଗ୍ରାମର ଗୋଟିଏ ପରିବାରର ୨ ଜଣ ମହିଳା,ଜଣେ ପୁରୁଷ ଓ ୨ ଜଣ ଶିଶୁ ଗଞ୍ଜାମରେ ଥିବା ଜଣେ ସମ୍ପର୍କୀୟ ବ୍ୟକ୍ତିଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ । ଗଞ୍ଜାମରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସେମାନେ ବୌଦ୍ଧ ଫେରି ପାରିନଥିଲେ । କୌଣସି ପ୍ରକାରେ ଗୋଟିଏ ମାଲବାହୀ ଟ୍ରକରେ ଗତକାଲି ଫେରି ଗାଁକୁ ଯାଇଥିଲେ । ସେମାନେ ଗଞ୍ଜାମରେ କିଛି ଦିନ ରହି ଫେରିଥିବା ହେତୁ ଗ୍ରାମବାସୀ ସେମାନଙ୍କୁ ଗାଁକୁ ପଶାଇ ଦେଇନଥିଲେ । ସପରିବାର ଗାଆଁରୁ ଚାଲି ଆସି ବୁଟୁପାଲିରେ ବନ୍ଦ ଥିବା ଗୋଟିଏ ଦୋକାନ ବାରଣ୍ଡାରେ ବସିଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ପଚାରି ବୁଝି ବୌଦ୍ଧ ଏନଏସି କୁ ଖବର ଦେଇଥିଲେ । ସେମାନଙ୍କୁ ନେଇ ବୌଦ୍ଧ ପଂଚାୟତ କଲେଜର କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା ।