ବୌଦ୍ଧ,୧୩/୭ – ଆଜି ୭ କରୋନା ପଜିଟିଭ ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ପୁର୍ବରୁ ୫୩ ଜଣ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇଥିବା ବେଳେ ଆଜିର ନୂତନ ୭ ପଜିଟିଭକୁ ମିଶାଇଲେ ମୋଟ୍ ପଜିଟିଭ ସଂଖ୍ୟା ୬୦ରେ ପହଞ୍ଚିଛି ।
ପୂର୍ବରୁ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୨୮ ପଜିଟିଭ ବାହାରିଥିବା ବେଳେ ଆଜି ଦ୍ୱିତୀୟ ସର୍ବାଧିକ ୭ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସେଥିପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୌଦ୍ଧ ଏନ ଏ ସି ପକ୍ଷରୁ ବୁଟୁପାଲି ଠାରୁ ଲିପସା ଛକ, କଲେଜ୍ ଛକ,କୋର୍ଟ ଛକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୭୨ ଘଣ୍ଟା ପାଇଁ ଦୋକାନ ବଜାର ବନ୍ଦ କରାଯାଇଛି । ଏ ସମସ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଂଚଳ ଭାବରେ ଘୋଷଣା କରାଯାଇଥିବା ଜଣାପଡିଛି । ଆସନ୍ତା ୧୭ ତାରିଖ ସକାଳ ୧୦ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ଅଂଚଳରେ ଦୋକାନ ବଜାର ବନ୍ଦ ରହିବ ।