ନବରଙ୍ଗପୁରର କରାଟେ କ୍ରୀଡା ପ୍ରତିଯୋଗୀଙ୍କ ବିଳାସପୁର ଗସ୍ତ

ନବରଙ୍ଗପୁର: ଆସନ୍ତା ସେପ୍ଟେମ୍ବର ୧୫ ଏବଂ ୧୬ ତାରିଖରୁ ଛତିଶଗଡ଼ ଅଲମ୍ପିକ ସଙ୍ଘ ଓ କରାଟେ ସଂଘର ମିଳିତ ଆନୁକୂଲ୍ୟରେ ବିଳାସପୁରର ରାଜ୍ୟ କ୍ରୀଡା ପ୍ରଶିକ୍ଷଣ ଇଣ୍ଡୋର ଷ୍ଟାଡିଅମ ଠାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ କରାଟେ ଚମ୍ପିୟାନସିପ ଭାଗ ନେବା ନିମନ୍ତେ ଓଡିଶା ଆମାଚ୍ୟୁର କରାଟେ ସଂଘ ତରଫରୁ ମୋଟ ପଞ୍ଚସ୍ତୁରୀ ଜଣ ମନୋନୀତ ହୋଇଥିବା ବେଳେ ସେଥିରେ ନବରଙ୍ଗପୁର ଜିଲ୍ଲାର ଏସିଆନ କରାଟେ ସ୍କୁଲର ସାତଜଣ ଅଛନ୍ତି । ସେମାନେ ହେଲେ ପ୍ରଜ୍ୟୁଲ ଜ୍ୟୋତି ସାହୁ, ସନ୍ଦୀପ କୁମାର ରାଉତ, ଆର୍ୟନ ଚୌଧୁରୀ, ଅଦର୍ଶ ବେହେରା, ଅରମାନ ଚୌଧୁରୀ, ସଂଗୀତା ରାଉତ ଓ କବିତା ଭତ୍ରା । ପ୍ରତିଯୋଗୀଙ୍କ ମନବୋଳ ବଢାଇବା ନିମନ୍ତେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡା ସଙ୍ଘର ସହସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ କରାଟେ ଓ କୁଂଫୁ କ୍ରୀଡ଼ାରେ ତାଙ୍କ ନିଜସ୍ୱ ଅନୁଭୂତି ସମ୍ପର୍କରେ ଅବଗତ କରାଇଥିଲେ ଏବଂ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଶାନ୍ତ ମନର ଆବଶ୍ୟକ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବରେ ଏସିଆନ କରାଟେ ସ୍କୁଲର ସମ୍ପାଦକ ତୁଷାର କାନ୍ତି ଖୋସଲା ଯୋଗ ଦେଇଥିଲେ ।ଏସିଆନ କରାଟେ ସ୍କୁଲର ଅଧ୍ୟକ୍ଷ ତଥା ଦଳର କୋଚ ସନସାଇ ଶରତ କୁମାର ରାଉତଙ୍କ ପତ୍ୟକ୍ଷ ତତ୍ୱାବଧାନରେ ଦଳ ବିଳାସପୁର ଯାତ୍ରା କରିବ ବୋଲି ସୂଚନା ମିଳିଛି ।

Comments (0)
Add Comment