ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ଭାଜପା ବିଧାୟକ କରେନ୍ଦ୍ର ମାଝୀ ବୁଧବାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱର ସ୍ଥିତ ଏମସରେ ଭର୍ତ୍ତି ହୋଇଛନ୍ତି । କରୋନା ମହାମାରୀ ସମୟରେ ନିଜ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧ ସମେତ ବିଭିନ୍ନ ଲୋକେ କିଭଳି ରହିଛନ୍ତି ସେନେଇ ଏକ ସପ୍ତାହ ହେଲା ନିଜ ନିର୍ବାଚନ ମଣ୍ଡଳୀ ତୁମୁଡ଼ିବନ୍ଧ ବ୍ଲକର ଗୁମା, ବେଲଘର ଅଞ୍ଚଳକୁ ଆସିଥିବା ବେଳେ ଥଣ୍ଡା ଖାଶ ହେବା ସହ ମୁଁହ ଫୁଲି ଯାଇଥିଲା । ସେ ପ୍ରଥମେ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିଥିବା ବେଳେ ଆର୍ଟିପିସିଆର ରେ ପଜିଟିଭ ଆସିଲା ଚିକିତ୍ସା ପାଇଁ ଏମସରେ ଭର୍ତ୍ତି ହୋଇଛନ୍ତି । ପ୍ରକାଶ ଯେ, କରେନ୍ଦ୍ର ମାଝି ୨୦୦୪-୨୦୦୯, ୨୦୦୯-୨୦୧୪ ଦୁଇଥର ବାଲିଗୁଡା ବିଧାୟକ ଭାବେ ନିର୍ବାଚିତ ହୋଇ ଥିବା ବେଳେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ସମେତ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଦାୟିତ୍ୱ ସୁଚାରୁରୂପେ ତୁଲାଇ ଆସୁଛନ୍ତି । ତାଙ୍କ ଆଶୁଆରୋଗ୍ୟ ପାଇଁ ତାଙ୍କ ଶୁଭେଚ୍ଛ ଓ ସମର୍ଥକ କାମନା କରିଛନ୍ତି ।