ଏଟିଏମ୍‌ ଭାଙ୍ଗି ଚୋରି କରୁଥିଲେ, ପହଞ୍ଚି ଗଲା ପେଟ୍ରୋଲିଂ ଟିମ୍‌

ସମ୍ବଲପୁର : ସ୍ଥାନୀୟ ଜାତୀୟ ରାଜପଥ କଡ ଅବସ୍ଥିତ ଏଟିଏମ୍‌ ଭାଙ୍ଗି ଟଙ୍କା ଚୋରିର ଏକ ଉଦ୍ୟମ ବିଫଳ ହେଲା ପରେ ଖବର ପାଇ ପୁଲିସ ଏହି ମାମଲାର ତଦନ୍ତ କରୁଛି । ବୁର୍ଲା ଥାନା ଅନ୍ତର୍ଗତ ବୈଜାମୁଣ୍ଡା ଗାଁ ମୁଣ୍ଡ ଜାତୀୟ ରାଜପଥ କଡ଼ରେ ସ୍ଥିତ ଏହି ଏଟିଏମରେ ବିଳମ୍ବିତ ରାତିରେ ଜଣେ ଚୋର ପଶି ଏହାକୁ ଭାଙ୍ଗି ଟଙ୍କା ଚୋରାଇବା ପାଇଁ ଚେଷ୍ଟା କରୁଥିଲା । ଠିକ ସେହି ସମୟରେ ସେଠାରେ ପୁଲିସ ପେଟ୍ରୋଲିଂ ଟିମ୍‌ ପହଞ୍ଚି ଯିବାରୁ ଯେ ସେଠାରୁ ଖସି ପଳାଇଥିଲା । ତାହାର ଏହି ସବୁ ଗତିବିଧି ଏଟିଏମ୍‌ ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇ ଯାଇଛି । ଏହି ବିଷୟରେ ବ୍ୟାଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେତେବେଳେ ଉକ୍ତ ଏଟିଏମ୍‌ ରେ ପ୍ରାୟ ୧.୫ ଲକ୍ଷ ଟଙ୍କା ଗଚ୍ଛିତ ରହିଥିଲା । ଚୋରି କରିବା ଉଦ୍ଦେଶ୍ୟରେ ଚୋର ଏଟିଏମକୁ ପ୍ରଭୁତ କ୍ଷତି ପହଞ୍ଚାଇଛି, ଯାହାକି ସିସିଟିଭି କ୍ୟାମେରାରେ ରେକର୍ଡ କରାଯାଇଛି । ଉକ୍ତ ରେକର୍ଡକୁ ଭିତ୍ତିକରି ପୁଲିସ ବୁର୍ଲା ଥାନାରେ ମାମଲା ରୁଜୁ କରି ଚୋରକୁ ଖୋଜୁଛି ଓ ଏଦିଗରେ ତଦନ୍ତ ଜାରି ରହିଛି ।

Comments (0)
Add Comment