ବୌଦ୍ଧ,୫/୧- ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ଆଜି ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଆଗରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁଶାନ୍ତ ବାଘଙ୍କ ନେତୃତ୍ୱରେ ବିକ୍ଷୋଭ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଗତ ୨ତାରିଖରେ ବିଜେପି ନେର ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରିହା ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ପ୍ରତିବାଦ ଓ ଏଥିରେ ସଂପୃକ୍ତ ଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ କରିବା ଓ ମନ୍ତ୍ରୀ ପଦରୁ ବହିଷ୍କାର କରିବା ପାଇଁ ବିକ୍ଷୋଭ କରାଯାଇଥିଲା । ଏଥିରେ ପୂର୍ବତନ ସଭାପତି ମାଗୁଣି ଗାଈଗୌରୀଆ, ମନରଞ୍ଜନ ଦାଶ ନମିତାରାଣୀ ଦାଶ, ଶ୍ୟାମସୁନ୍ଦର ପୁରୋହିତ, ସତ୍ୟାନନ୍ଦ ପାଣ୍ଡେ,ତାପସ ମହାପାତ୍ର, କୌବଲ୍ୟ ପ୍ରଧାନ, ସୁନୀଲ କ୍ଷେତି, ଅରୁପା ଦୀପ, ଶୁଶାନ୍ତ ଧଳ, ଶେଷ ଛନ୍ଦ, ଆନନ୍ଦ ପଧାନ ଓ କଣ୍ଟାମାଳ ଥାନା ଆଗରେ ଯୁବମୋର୍ଚା ରାଜ୍ୟ ସଂପାଦକ ଓଁମ ପ୍ରକାଶ ମିଶ୍ର, ଯୁବମୋର୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନାରାୟଣ କର୍ମୀ, ମଣ୍ଡଳ ସଭାପତି ପିନାକଧର ରଣା, ନିରଞ୍ଜନ କର୍ଣ୍ଣ, ଅନିଲ ପ୍ରଧାନ, ଅଟଳ ପ୍ରଧାନ, ଦାମୋଦର ମିଶ୍ର, ଶଙ୍କର ସାହୁ ଶିବ କମ୍ପ ସମେତ ଯୁବମୋର୍ଚାର ଅନେକ କାର୍ଯ୍ୟକର୍ତ୍ତ। ଉପସ୍ଥିତ ଥିଲେ l