ଭିଜିଲାନ୍ସ ଜାଲରେ ଭକ୍ଷକ ଥାନାବାବୁ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକ । ସରକାରୀ ବାସଭବନରୁ ଜବତ ହେଲାଣି ୩ଲକ୍ଷ ୮୦ହଜାର । ଗତକାଲି ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ବିଭାଗ ପିଛା କରି ବରଗଡ଼ ଟୋଲଗେଟ ନିକଟରେ କାରରୁ ଜବତ କରିଥିଲେ ୨,୦୬,୨୨୦ଟଙ୍କା । କାର ଭିତରୁ ବିଡ଼ା ବିଡ଼ା ଟଙ୍କାର ଠିକ୍ ହିସାବ ଦେଇପାରି ନ ଥିଲେ ଥାନାବାବୁ । ଅଧିକ ଯାଞ୍ଚ ପାଇଁ ବଲାଙ୍ଗୀର, ସମ୍ବଲପୁର, ଦେଓଗଡ଼ ଠାରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିବା ସୂଚନା ଦିଆଯାଇଛି । ଖବର ଲେଖା ହେବାଯାଏ ମିଳିଥିବା ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ସମୁଦାୟ ୫,୮୬,୨୨୦ଟଙ୍କା ମିଳିଛି । ଏଠାରେ ସୂଚାଇ ଦିଆଯାଏ ଯେ, ବଙ୍ଗୋମୁଣ୍ଡା ଥାନା ଅଞ୍ଚଳ ଦାଦନଗଡ଼ ଅଟେ । ହଜାର ହଜାର ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟି ଯାଇଥାନ୍ତି । ମଣିଷ ଚାଲାଣକାରୀ ଦାଦନ ସର୍ଦ୍ଦାର ବେଶ ସକ୍ରୀୟ । ଥାନାବାବୁ ଏ ସର୍ଦ୍ଦାରମାନଙ୍କୁ ଶ୍ରମିକ ଚାଲାଣ କରି ମୋଟା ଅଙ୍କ କରବାର କରିଥିବା ଚର୍ଚ୍ଚା ହେଉଛି ।

Comments (0)
Add Comment