ବୌଦ୍ଧ,୧୦/୮ – ସ୍ବାଧୀନତା ପ୍ରାପ୍ତିର ତେସ୍ତରୀ ବର୍ଷ ବିତି ଗଲା ପରେ ମଧ୍ୟ ବଉଦ ବ୍ଲକ୍ ବଘିଆପଡା ଗ୍ରାମ ପଂଚାୟତର ନୁଆପାଲି ବାଦିସାହୀ ହରିଜନ ବସ୍ତିକୁ ସବୁଦିନିଆ ରାସ୍ତାଟିଏ ହୋଇ ପାରୁନଥିବା ଅଭିଯୋଗ ହୁଏ | ସତେ ଯେମିତି ରାସ୍ତାରେ ଚାଲିବା ତାଙ୍କ ପାଇଁ ସାତ ସପନ ହୋଇଛି | ନୁଆପାଲି ଗ୍ରାମ ଦେବତୀ ପୀଠ ନିକଟରୁ ହରିଜନ ସାହିକୁ ରାସ୍ତାଟିଏ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଅନେକ ଆବେଦନ କରିଛନ୍ତି ସାହିବାସୀ l ଦରଖାସ୍ତ ଧରି ସରପଞ୍ଚ, ବିଡିଓ, ଜିଲ୍ଲାପାଳ ଓ ବିଧାୟକଙ୍କ ପାଦ ତଳକୁ ଧାଇଁ ଧାଇଁ ଚପଲ ଛିଣ୍ଡି ଗଲାଣି କିନ୍ତୁ କାହାର କରୁଣା ହେଉନଥିବା ଅଭିଯୋଗ ହୁଏ | ସେମାନେ ୨୦୦୩ ଓ ୨୦୦୬ ରେ ବୌଦ୍ଧ ବିଧାୟକଙ୍କୁ ଲିଖିତ ଜଣାଇବା ପରେ ବିଧାୟକ ଦରଖାସ୍ତକୁ ବୌଦ୍ଧ ବିଡିଓଙ୍କ ନିକଟକୁ ପଠାଇଥିଲେ ମଧ୍ୟ ତାହା ଆଜି ଯାଏଁ ଯୋଜନା ମଧ୍ୟକୁ ଆସି ପାରିଲାନାହିଁ l
ତୁରନ୍ତ ନୂଆପାଲି ବାଦିସାହୀ ହରିଜନ ବସ୍ତିକୁ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଜନସାଧାରଣ ଦାବୀ କରିଛନ୍ତି |