ବୌଦ୍ଧ : ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ରାଜ୍ୟ ପଦାଧିକାରୀ ଓ ରାଜ୍ୟ କାର୍ଯ୍ୟକାରିଣୀ କମିଟି ଘୋଷଣା କରାଯାଇଛି । ଏଥିରେ ବୌଦ୍ଧ ଜିଲ୍ଲାରୁ ବୌଦ୍ଧଗଡ ଏନ୍ଏସିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକଙ୍କ ନୂତନ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି ।
ଆଜି ତାଙ୍କ ବାସଭବନରେ ନଗର ମଣ୍ଡଳ ପୂର୍ବତନ ସଭାପତି ସଂଜୟ କୁମାର ମେହେର, ପୂର୍ବତନ ଜିଲ୍ଲା କମିଟି ସଂପାଦକ ମନୋରଂଜନ ସେଠୀ, ମନୋରଂଜନ ମହାପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ପୂର୍ବତନ ସାଧାରଣ ସଂପାଦକ ଇମ୍ରାନ ଖାଁ, ତରଣି ସେନ ପଟ୍ଟନାୟକ, ସୁଧୀର ସେଠୀ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ସୌମିତ୍ରୀ କୁମାର ନାୟକ ପ୍ରମୁଖ ଶ୍ରୀମତୀ ନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଶ୍ରୀମତୀ ନାୟକ ପୂର୍ବରୁ ୨୦୦୩ ଓ ୨୦୦୮ ପୌର ନିର୍ବାଚନରେ ବୌଦ୍ଧଗଡ ଏନଏସିର ଅଧ୍ୟକ୍ଷାଭାବେ ୨ଥର ନିର୍ବାଚିତ ହୋଇଥିଲେ । ଗତଥର ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଦାୟିତ୍ୱରେ ଥିଲେ ।
ଏହା ସହ ୨୦୧୯ ସାଧାରଣ ନିର୍ବାଚନର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଓ ବୌଦ୍ଧର ପ୍ରାର୍ଥୀ ସୁଶାନ୍ତ କୁମାର ପ୍ରଧାନ ଦ୍ୱିତୀୟ ଥର ପାଇଁ ଓ ପୂର୍ବତନ ବିରୋଧୀ ଦଳ ନେତା ସଚ୍ଚିଦାନନ୍ଦ ଦଲାଲଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋନୀତ କରାଯାଇଛି ।