ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପାଇଁ କରୋନା ପର୍ୟ୍ୟବେକ୍ଷକ ତଥା ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଏବଂ ଯୋଜନା ଓ ସମନୟ ସଚିବ ଗୋପବନ୍ଧୁ ଶତପଥୀ ଢେଙ୍କାନାଳ ଜିଲ୍ଲା ଗସ୍ତ କରି କରିଛନ୍ତି। କରୋନା ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହ କରୋନା ହେଲଥ ସେଣ୍ଟର ଓ କ୍ବାରେଣ୍ଟାଇନ ସେଣ୍ଟର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଢେଙ୍କାନାଳ ପୁରୁଣା ଡାକ୍ତରଖାନାରେ ହୋଇଥିବା କୋଭିଡ଼ ହେଲଥ ସେଣ୍ଟର ୧୦୦ ସୂର୍ୟ୍ୟା ବିଶିଷ୍ଟ ଥିବା ବେଳ ଆଉ ୫୦ ସର୍ୟ୍ୟା ବେଡ଼ ପ୍ରସ୍ତୁତ କରି ୧୫୦ ବେଡ଼ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହିତ ୬ ଟି HDU ବେଡ଼କୁ ICU ବେଡ଼ରେ ପରିଣତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଭାଇରସ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପରେ ପର୍ୟ୍ୟବେକ୍ଷକ ସନ୍ତୋଷ ପ୍ରକାଶ କରିଥିଲେ ବୋଲି ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।