ଭୁବନେଶ୍ୱର: ବିଶ୍ୱ ଏଡ୍ସ ଦିବସ ଅବସରରେ ନୂଆ ଜୀବନ ଫାଉଣ୍ଡେସନ, ଚେଷ୍ଟା ଡି ଆଡିକ୍ସନ ସେଣ୍ଟର ଜଟଣୀ, ପ୍ରଦୀପ୍ତ ଡି ଆଡିକ୍ସନ ସେଣ୍ଟର ପିପିଲି, ର ମିଳିତ ଆୟୋଜନ ରେ ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଓ ସମର୍ପିତ ଓଡ଼ିଶା ର ସହଯୋଗ ତଥା କମିଶନରେଟ ପୋଲିସ ଭୁବନେଶ୍ୱର କଟକ ର ସହଭାଗିତାରେ ରଂଗଣି ସାହି ,ଶ୍ରୀରାମ ନଗର ଭରତପୁର ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।
ଏହି ଶିବିର ରୁ ବି ଏମ୍ ସି ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ରକ୍ତ ସଂଗୃହୀତ ହୋଇଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ରଞ୍ଜନ ନାୟକ,ରାଜେସ ମହାପାତ୍ର ଓ ବିଚିତ୍ର ସେନାପତି ଉପସ୍ଥିତ ଥିଲେ।
ସମର୍ପିତ ର ସମ୍ପାଦକ ସାର୍ଥକ କୁମାର ପରିଡା ଓ ତୁଷାର ରଞ୍ଜନ ବେହେରା ଶିବିର ପରିଚାଳନା କରିଥିଲେ।