ଏବେ “ଜୋମାଟୋ’ ଏବଂ “ସ୍ୱିଗୀ’ରେ ଉପଲବ୍ଧ ହେବ ଓଟିଡିସି ଦ୍ୱାରା ପ୍ରସ୍ତୁତ ଖାଦ୍ୟ

ଭୁବନେଶ୍ୱର: କୋଭିଡ୍‌-୧୯ ପ୍ରଭାବ ଯୋଗୁଁ ଏବେ ସାରା ରାଜ୍ୟ ଲକ୍‌ଡାଉନ୍‌ରେ । ସମସ୍ତେ ନିଜ ନିଜ ପରିବାର ସହିତ ଘରେ ରହି କରୋନାର ଦୃଢ଼ ମୁକାବିଲା କରୁଛନ୍ତି । ଏପରି ଏକ ଘଡ଼ିସନ୍ଧି ସମୟରେ ସୁସ୍ୱାଦୁ ଖାଦ୍ୟ ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ ଓଟିଡିସି ଆରମ୍ଭ କରିଛି ଏକ ନୂତନ ପ୍ରୟାସ “ପସନ୍ଦ ଆପଣଙ୍କର, ରୋଷେଇ ଆମର’ । ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପରାମର୍ଶକ୍ରମେ ନିଗମ ‘ଜୋମାଟୋ’ ଓ “ସ୍ୱିଗୀ’ ପରି ଦୁଇ ପ୍ରମୁଖ ଲୋକପ୍ରିୟ ଅନ୍‌ଲାିନ୍ ଖାଦ୍ୟ ବଣ୍ଟନ ସଂସ୍ଥା ସହିତ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ପରିଚାଳନା ନିର୍ଦ୍ଦେଶକ ଓ ହେମକାନ୍ତ ସାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ପ୍ରଥମ ପର୍ଯ୍ୟାୟରେ ନିଗମ ଦ୍ୱାରା ପରିଚାଳିତ ୪ଟି ପାନ୍ଥନିବାସ ଯଥା ଭୁବନେଶ୍ୱର, କଟକ, ପୁରୀ ଓ ରାଉରକେଲା ସହରବାସୀଙ୍କୁ ଏହି ଦୁଇ ପ୍ରମୁଖ ଅନ୍‌ଲାଇନ୍ ମାଧ୍ୟମରେ ଦିଆଯାଉଥିବା ଡୋର ଟୁ ଡୋର ଅର୍ଡ଼ର ଅନୁଯାୟୀ ଖାଦ୍ୟ ଯୋଗାଇ ଦେବେ । ଏହାଛଡ଼ା ଆଗାମୀ ଜୁନ୍ ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ପାରମ୍ପରିକ ଓଡ଼ିଆ ଗଣପର୍ବ \”ରଜ\’ର ପୋଡ଼ପିଠା ଓ ଅନ୍ୟାନ୍ୟ ସବୁ ପ୍ରକାର ପିଠା ମଧ୍ୟ ଏହି ଅନ୍‌ଲାଇନ ମାଦ୍‌ୟମରେ ସହରବାସୀଙ୍କୁ ଯୋଗାଇ ଦିଆଯିବ । ଆଜି ବିଭାଗୀୟ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ, ନିଗମର ଅଧ୍ୟକ୍ଷା, ପରିଚାଳନା ନିର୍ଦ୍ଦେଶକ, ପର୍ଯ୍ୟଯନ ବିଭାଗ ଓ ଓଟିଡିସିର ବରିଷ୍ଠ ଅଫିସର ଏବଂ ଜୋମାଟୋ ଓ ସ୍ୱିଗୀର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅଣଆନୁଷ୍ଠାନିକ ଭବରେ ଏହାର ଶୁଭାରମ୍ଭ କରାଯାଇଛି । ଆଗାମୀ ଦିନରେ ଅନ୍ୟ ପାନ୍ଥନିବାସଗୁଡ଼ିକ ପାଇଁ ଏପରି ସେବା କାର୍ଯ୍ୟକାରୀ କରିବା ପାଇଁ ଆଉ କିଛି ପ୍ରମୁଖ ଅନ୍‌ଲାଇନ୍ ଖାଦ୍ୟ ବଣ୍ଟନ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରାଯି ବବୋଲି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର କହିଛନ୍ତି ।

Comments (0)
Add Comment