ପାରଳା ସହରର ଗୋଟିଏ ଘରୋଇ ହସ୍ପିଟାଲକୁ ସିଲ କଲା ଜିଲ୍ଲା ପ୍ରଶାସନ

ଗଜପତି ଜିଲ୍ଲାରେ ଦିନକୁ ଦିନ କୋଭିଡ଼ି19ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି।ଏହାକୁ ପ୍ରତିରୋଧ କରିବା ସକାଶେ ଜିଲ୍ଲା ପ୍ରଶାସନ ତରଫରୁ ଜୁନ 28 ରୁ 30ପର୍ଯ୍ୟନ୍ତ ଗୋଶାଣୀ ବ୍ଳକ ଗୁମ୍ମାବ୍ଳକ କାଶୀନଗର ବ୍ଳକର ରାଣୀପେଣ୍ଟ। ପଞ୍ଚାୟତ ଓ ପାରଳାଖେମୁଣ୍ଡି ସହରକୁ ସଟଡାଉନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଟ ଡାଉନର ଦ୍ୱିତୀୟ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ଥିବା ସମସ୍ତ ଘରୋଇ ଚିକିତ୍ସା ଅନୁଷ୍ଠାନ ଗୁଡିକୁ ଯାଞ୍ଚ କରାଯାଇଛି। ଏବଂ କୋଭିଡ଼ି ଲାଇନ ଗାଇଡ଼ ଲାଇନକୁ ସଠିକ ଭାବେ ପାଳନ କରୁଛନ୍ତି ନା ନାହିଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ରଙ୍କନେତୃତ୍ୱରେ ଏକ ଟିମ ସହରରେ ଥିବା ସମସ୍ତ ଘରୋଇହସ୍ପିଟାଲକୁ ଯାଞ୍ଚ କରି କୋଭିଡ଼ି ନିୟମ ଗାଇଡ଼ ଲାଇନ କୁ ମାନୁ ଛନ୍ତି ନାଁ ନାହିଁ ଯାଞ୍ଚ କରିଥିଲେ।ସହରରେ ଥିବା ଏକ ଘରୋଇ ହସ୍ପିଟାଲରେ ତିନି ଜଣ କରୋନା ସଂକ୍ରମିତ ହୋଇଥିବା ଜଣା ପଡିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସେହି ଘରୋଇ ହସ୍ପିଟାଲକୁ ସିଲ କରାଯାଇଛି।

Comments (0)
Add Comment