ଧର୍ମଶାଳା କଲେଜରେ ୪୭ତମ ସ୍ଵନକ୍ଷତ୍ର ସମାରୋହ

ଧର୍ମଶାଳା : ଆଜି ଧର୍ମଶାଳା ମହାବିଦ୍ୟାଳୟର ୪୭ତମ ସ୍ୱନକ୍ଷତ୍ର ସମାରୋହରେ ମାନ୍ୟବର ଯାଜପୁର ସାଂସଦ ରବିନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ସହ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କିଛି ସମୟ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ଅତିବାହିତ କରିଥିଲେ l ବୈଷୟିକ, ଯାନ୍ତ୍ରିକ ଶିକ୍ଷା ଓ କାରିଗରୀ କୌଶଳ ମାଧ୍ୟମରେ ପ୍ରତ୍ୟକ ପିଲା ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ସମସ୍ତ ବିଭାଗର ଅଧ୍ୟାପକ, ଶିକ୍ଷକ, ଶିକ୍ଷୟିତ୍ରୀ ଅବିଭାବକ ଏବଂ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଓ ଜନ ସାଧାରଣ ଉପସ୍ଥିତ ଥିଲେ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ କେମିତି ଆତ୍ମନିର୍ଭର ହେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ପାଇ ପାରିବେ ସେକଥା ଧର୍ମଶାଳା ଓ କୋରେଇ ବିଧାୟକ ସଭା ମଞ୍ଚରେ ନିଜର ଅଭିବ୍ୟକ୍ତି ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବିରୁପାକ୍ଷ କର, ଅରବିନ୍ଦ ମହାନ୍ତି, ସନ୍ତୋଷ କୁମାର ଦାସ,ବସନ୍ତ କୁମାର ତ୍ରିପାଠୀ ପ୍ରଭୃତି ଯୋଗ ଦେଇଥିଲେ।କଲେଜର ପ୍ରିନସପାଲ୍ ସ୍ୱରୂପା ନନ୍ଦ ପଣ୍ଡା ସଭା ପରିଚାଳନା କରିଥିଲେ। ପୂର୍ବତ୍ତନ ଅଧ୍ୟକ୍ଷ ଜୟନ୍ତ ସାର୍, ପଦାର୍ଥ ବିଜ୍ଞାନ ଅଧ୍ୟକ୍ଷ। କେତକୀ ମାଡ଼ମ, ବିଜେପି ନେତା ସର୍ବେଶ୍ଵର ବେହୁରା ପ୍ରଭୃତି ସଭା ମଞ୍ଚରେ ଉପସ୍ଥିତ ଥିଲେ। ବିରୁପାକ୍ଷ କର ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଶୃଙ୍ଖଳା ରକ୍ଷା ସହ ଅତିଥି ଚର୍ଚ୍ଚା କରୁଥିବାର ଦେଖା ଯାଇଥିଲା ।

Comments (0)
Add Comment