୫ କିଲୋ ରୂପା ଉଦ୍ଧାର, ଦୁଇ ଅଭଯୁକ୍ତ ଗିରଫ

ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଗଡ଼ର ଗାଁ ରାସ୍ତାରୁ ରୁପା ଗହଣା ଚୋରି ଘଟଣାରେ 2 ଜଣ ଅଭିଯୁକ୍ତ କୁ ଗିରଫ କରିଛି ଉଦୟଗିରି ପୋଲିସ l ସେମାନଙ୍କ ଠାରୁ 5 କେଜି ରୁପା ଓ ଗୋଟିଏ ବାଇକ ଜବତ କରାଯାଇଛି ବୋଲି ମଙ୍ଗଳବାର ଆର. ଉଦୟଗିରି ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଗଜପତି ଏସପି ସ୍ଵାତି ଏସ କୁମାର l ଏସପିଙ୍କ ସୂଚନା ପ୍ରକାରେ ଗତ 10 ତାରିଖ ଦିନ ସକାଳ ପ୍ରାୟ ସାଢେ 7 ଟାରେ ମୋହନା ଥାନା ଚନ୍ଦ୍ରଗିରି ର ସନ୍ତୋଷ ମହାପାତ୍ର ଗୋଟିଏ ବାଇକ ରେ ରୁପା ଗହଣା ବିକ୍ରି ପାଇଁ ଛେଲାଗଡ ଅଞ୍ଚଳକୁ ଯାଉଥିଲେ l ଗଡ଼ର ଗାଁ ନିକଟରେ 2 ଜଣ ଯୁବକ ତାଙ୍କୁ ଅଟକାଇ ତାଙ୍କ ପାଖରେ ଥିବା ରୁପା ଗହଣା ବ୍ୟାଗ ଛଡାଇ ନେଇ ଫେରାର ହୋଇଯାଇଥିଲେ l ଏନେଇ ସନ୍ତୋଷ ଆର. ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ l ବ୍ୟାଗରେ 5 କେଜିର ରୁପା ଗହଣା ଥିବା ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ l ଅଭିଯୋଗ ଅନୁଯାଇ ଆର. ଉଦୟଗିରି ଥାନାରେ ମାମଲା ରୁଜୁ କରି ତଦନ୍ତ କରୁଥିଲା ପୋଲିସ l ରୂପା ଗହଣା ସବୁତକ ପାଇ ବେଶ୍ ଖୁସି ଅନୁଭବ କରିବା ସହ ପୋଲିସକୁ ଅଶେଷ ଧନ୍ୟବାଦ୍ ଦେଇଛନ୍ତି ବ୍ୟବସାୟୀ I ଗଜପତି ରୁ ବିବେକାନନ୍ଦ ବେହେର। ହିରାଞ୍ଚଳ live I

Comments (0)
Add Comment